ଓଡ଼ିଶାବାସୀଙ୍କୁ ହସାଇବାକୁ ଆସୁଛନ୍ତି ଷ୍ଟାଣ୍ଡ ଅପ୍ କମେଡିଆନ ଜିଭେଶୁ ଆଲୁୱାଲିଆ । ୧୪ରେ କଟକ ରାଉଣ୍ଡ ଟେବୁଲ ଆୟୋଜନ କରୁଛି ‘କମେଡି ନାଇଟ୍’,

Advertisment
ଓଡ଼ିଶାବାସୀଙ୍କୁ ହସାଇବାକୁ ଆସୁଛନ୍ତି ଷ୍ଟାଣ୍ଡ ଅପ୍ କମେଡିଆନ ଜିଭେଶୁ ଆଲୁୱାଲିଆ । ୧୪ରେ କଟକ ରାଉଣ୍ଡ ଟେବୁଲ ଆୟୋଜନ କରୁଛି ‘କମେଡି ନାଇଟ୍’,

କନକ ବ୍ୟୁରୋ : କଟକ ରାଉଣ୍ଡ ଟେବୁଲ୍‌ ୧୩୭ ଓ ରାଉଣ୍ଡ ଟେବୁଲ୍‌ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଏବଂ ଫାଲକନ୍‌ ରିଏଲ ଇଷ୍ଟେଟ୍‌ ସହଯୋଗରେ ଏକ ‘କମେଡି ନାଇଟ୍‌’ର ଆୟୋଜନ କରାଯାଉଛି। ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ହାସ୍ୟ ଅଭିନେତା ( ଷ୍ଟାଣ୍ଡ-ଅପ୍ କମେଡିଆନ୍) ଭାବେ ଯଥେଷ୍ଟ ଖ୍ୟାତି ଅର୍ଜନ କରିବା ସହ ଏକାଧିକ ଟିଭି ସିରିଏଲରେ ଅଭିନୟ କରି ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ହସାଇ ହସାଇ ବେଦମ୍‌ କରିଥିବା ଜିଭେଶୁ ଆଲୁଓ୍ଵାଲିଆଙ୍କୁ ନେଇ ଆୟୋଜିତ ହେବାକୁ ଥିବା ଏହି ‘କମେଡି ନାଇଟ୍‌’ ଆସନ୍ତା ୧୪ ତାରିଖ, ଶନିବାର ସନ୍ଧ୍ୟା ୬ଟା ୩୦ ମିନିଟରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ରେଲେୱେ ଅଡିଟରିୟମଠାରେ ଅନୁଷ୍ଠିତ ହେବ।

ଏହି କାର୍ଯ୍ୟକ୍ରମ ପାଇଁ ଭିଭିଆଇପି ଡୋନର ପାସ୍‌, ଭିଆଇପି ଡୋନର ପାସ୍‌, ଡୋନର ପାସ୍‌ ଏବଂ ଜେଜେନେରାଲ ପାସ୍‌ ନେବାକୁ ଚାହୁଁଥିବା ବ୍ୟକ୍ତିମାନେ www.bookmyshow.com and www.insider.in ୱେବସାଇଟକୁ ଯାଇ ବୁକିଂ କରିପାରିବେ। ଏହାବାଦ୍‌ ଯେଉଁମାନେ ଟିକେଟ କ୍ରୟ କରି ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିବାକୁ ଚାହୁଁଛନ୍ତି ସେମାନେ ୧୪ ତାରିଖ ଦିନ କାର୍ଯ୍ୟକ୍ରମ ଆୟୋଜନସ୍ଥଳରୁ ସେମାନଙ୍କ ଟିକେଟ ପାଇପାରିବେ ବୋଲି ଆୟୋଜକମାନଙ୍କ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି।

ଏହି କାର୍ଯ୍ୟକ୍ରମରୁ ସଂଗୃହୀତ ହେବାକୁ ଥିବା ସମସ୍ତ ଅର୍ଥରାଶିକୁ ସମଗ୍ର ଦେଶରେ ସୁବିଧା ସୁଯୋଗରୁ ବଞ୍ଚିତ ଛାତ୍ରଛାତ୍ରୀମାନଙ୍କ ପାଇଁ ଶ୍ରେଣୀଗୃହ ନିର୍ମାଣରେ ବିନିଯୋଗ କରାଯିବ। ବିଶେଷ କରି ଗତ ଫନି ବାତ୍ୟା କାଳରେ ରାଜ୍ୟର ଯେଉଁ ସ୍କୁଲଗୁଡ଼ିକର ଶ୍ରେଣୀଗୃହ ସବୁ ଭାଙ୍ଗି ଯାଇଥିଲା ସେସବୁକୁ ମଧ୍ୟ ଏହି କାର୍ଯ୍ୟକ୍ରମ ଜରିଆରେ ମିଳିବାକୁ ଥିବା ଅର୍ଥରେ ପୁନର୍ନିମାଣ କରାଯିବ। ଯେଉଁମାନେ ଏ ସଂପର୍କରେ ଅଧିକ ତଥ୍ୟ ଜାଣିବାକୁ ଇଚ୍ଛୁକ ସେମାନେ ନାଭାଲ ମହାଜନଙ୍କୁ ମୋବାଇଲ ନମ୍ବର ୯୭୭୬୩୧୨୦୨୦ ରେ ଯୋଗାଯୋଗ କରିପାରିବେ।

ଏହି ‘କମେଡି ନାଇଟ୍‌’ର ମୁଖ୍ୟ ଆକର୍ଷଣ ଥିବା ଷ୍ଟାଣ୍ଡ-ଅପ୍ କମେଡିଆନ୍ ଜିଭେଶୁ ଆଲୁଓ୍ଵାଲିଆ କମେଡି ଦୁନିଆର ଏକ ପ୍ରତିଷ୍ଠିତ ନାମ। ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ହାସ୍ୟ ଅଭିନେତା ଭାବେ ଯଥେଷ୍ଟ ଖ୍ୟାତି ଅର୍ଜନ କରିବା ସହ ଏକାଧିକ ଟିଭି ସିରିଏଲରେ ଅଭିନୟ କରି ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ମନ ଜିଣିଛନ୍ତି। ଜିଭେଶୁ ଆଲୁଓ୍ଵାଲିଆ ୨୯୧୪ରେ ରେଡିଓ ମିରଚି ତରଫରୁ ‘କମେଡି କା କିଙ୍ଗ୍‌’ ଉପାଧି ମଧ୍ୟ ହାସଲ କରିଛନ୍ତି। ଏକଦା କର୍ପୋରେଟ ଜଗତରେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିବା ଜିଭେଶୁ ଆଲୁଓ୍ଵାଲିଆ ଆଜକୁ ୧୬ ବର୍ଷ ପୂର୍ବେ ନିଜ କର୍ପୋରେଟ ଚାକିରିକୁ ଛାଡ଼ି ଏହି ପେସାକୁ ଆପଣାଇ ଥିଲେ ଏବଂ ଏହି ପେସା ତାଙ୍କୁ ଦେଇଥିଲା ଅଜସ୍ର ଖ୍ୟାତି ଓ ସମ୍ମାନ। ୟୁଟ୍ୟୁବରେ ତାଙ୍କର ଭିଡିଓଗୁଡ଼ିକୁ ୨୨ ମିଲିୟନରୁ ଅଧିକ ଦର୍ଶକ ଦେଖିବା ସହ ପ୍ରଶଂସା ମଧ୍ୟ କରିଛନ୍ତି।

ସେହିପରି ଏହି କାର୍ଯ୍ୟକ୍ରମର ଅନ୍ୟତମ ଆୟୋଜକ ଥିବା ରାଉଣ୍ଡ ଟେବୁଲ ଇଣ୍ଡିଆ ହେଉଛି ଦେଶର ଯୁବ ଶିଳ୍ଫଦ୍ୟୋଗୀ, ବ୍ୟବସାୟୀ ଓ ବୃତ୍ତିଜୀବୀମାନଙ୍କୁ ନେଇ ଗଠିତ ଏକ କ୍ଲବ୍‌। ଏହାର ମୂଳ ଓ ଏକମାତ୍ର ଲକ୍ଷ୍ୟ ହେଲା ସାମୁଦାୟିକ ସେବା ପ୍ରଦାନ ଏବଂ ବିଶେଷ କରି ଶିକ୍ଷା ସୁବିଧାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଭିତ୍ତିଭୂମିର ବିକାଶ ଘଟାଇ ସମସ୍ତଙ୍କୁ ଶିକ୍ଷା ସ୍ୱାଧୀନତା ଉପଲବ୍ଧ କରାଇବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe