କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶ ସ୍ଥିତ ତିରୁମାଳା ଭେଙ୍କଟେଶ୍ୱର ମନ୍ଦିରରେ ମଙ୍ଗଳବାର ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ କାଳ ହୋଇଛି । ତେବେ ପ୍ରବଳ ଭିଡ ଯୋଗୁଁ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ୩ ଭକ୍ତ ଗୁରୁତର ଆହତ ହୋଇଛନ୍ତି ।

Advertisment

ସୂଚନା ଅନୁସାରେ ଶ୍ରଦ୍ଧାଳୁ ମନ୍ଦିର ଦର୍ଶନ କରିବାକୁ ଟିକେଟ ପାଇଁ ଭିଡ ଜମାଇଥିଲେ ।ଫଳରେ ଦଳାଚକଟା ପରିସ୍ଥିତ ସୃଷ୍ଟି ହୋଇଥିଲା । ତେବେ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର କର୍ତ୍ତୃପକ୍ଷ ବିନା ଟିକେଟରେ ମନ୍ଦିର ପରିସରକୁ ଭକ୍ତଙ୍କୁ ଛଡା ଯାଇଛି । ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧିନ ଥିବା ମନ୍ଦିର କର୍ତ୍ତୃପଙ୍କ ପକ୍ଷରୁ କୁହାଯାଇଛି ।