କନକ ବ୍ୟୁରୋ :  ଟିକା କେନ୍ଦ୍ରରେ ଭୀଷଣ ଅବ୍ୟବସ୍ଥା । କ୍ଷମତାଠାରୁ ଅଧିକ ଲୋକ ଟିକା କେନ୍ଦ୍ରକୁ ଚାଲିଆସୁଥିବାରୁ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ସମାନ ଚିତ୍ର ଗଞ୍ଜାମ ଜିଲ୍ଲା ପୋଲସରାରୁ ଆସିଛି । ୮୦୦ ଲୋକଙ୍କ ପାଇଁ ଟିକାଦାନ ବ୍ୟବସ୍ଥା ହୋଇଥିବାବେଳେ ପଂହଚିଥିଲେ ପ୍ରାୟ ୫ ହଜାର ଲୋକ । ପୋଲସରା କଲ୍ୟାଣ ମଣ୍ଡପରେ ଟିକା ନେବା ପାଇଁ ଲୋକଙ୍କ ଅସମ୍ଭବ ଭିଡ ଜମିଥିଲା ।

Advertisment

ତେବେ ଗେଟ ଖୋଲିବା ମାତ୍ରେ ଆଗ ଯାଇ ଧାଡିରେ ଛିଡା ହେବାକୁ ଲୋକଙ୍କ ଭିତରେ ଆରମ୍ଭ ହୋଇଗଲା ପ୍ରତିଯୋଗିତା । ଲୋକେ ଦୌଡାଦୋଡି ହୋଇ ଟିକା କେନ୍ଦ୍ର ଭିତରକୁ ପଶିବାବେଳେ ଲକ୍ଷଣ ପଲ୍ଲିର ଜଣେ ବୟସ୍କ ମହିଳା ତଳେ ପଡି ଯାଇଥିଲେ । ହେଲେ ଧାଡିରେ ରହିବା ପାଇଁ ଲୋକମାନେ ମହିଲାଙ୍କ ଉପରେ ଚଢି ଭିତରକୁ ଦୌଡିଥିଲେ । ଫଳରେ ଗୁରୁତର ଆହାତ ହୋଇଛନ୍ତି ମହିଳା ଜଣଙ୍କ । ତାଙ୍କ ପଞ୍ଜରା ହାଡ ଭାଙ୍ଗି ଯାଇଥିବା କହିଛନ୍ତି ।  ତାଙ୍କୁ ପ୍ରଥମେ ପୋଲସରା ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ପଠାଯାଇଥିଲା ।