ଖନେଇବା ଭଳି ଅସୁବିଧା ସମସ୍ତଙ୍କର ରହିଥାଏ । ଯାହା ବାଲ୍ୟକାଳରୁ ହିଁ ଶରୀରରେ ଦେଖାଦେଇଥାଏ । ପିଲାବେଳେ ଏହାକୁ କେହି ଗମ୍ଭୀରତାର ସହ ନେଇନଥିଲେ ବି ପରିଣତ ବୟସରେ ଏହା ମୁଣ୍ଡବ୍ୟଥାର କାରଣ ପାଲଟିଯାଏ । ଅଧିକ ସମୟ ପର୍ଯ୍ୟନ୍ତ ଖନାଇବା ଭଳି ଅସୁବିଧା ରହିବା ସାମାଜିକ,ଭାବନାତ୍ମକ ଏବଂ ମନୋବୈଜ୍ଞାନିକ ଅସୁବିଧାର କାରଣ ପାଲଟିଥାଏ । ବ୍ୟକ୍ତି କିଛି କହିବା ପାଇଁ ଚାହୁଁଥିଲେ ବି ବାରମ୍ବାର ଏହି ଗମ୍ଭୀର ଅସୁବିଧା କାରଣରୁ ଅଟକି ଅଟକି ଗୋଟିଏ କଥାକୁ ବାରମ୍ବାର କହିଥାଏ । ଏଭଳି ବ୍ୟକ୍ତିତ୍ୱ ଥିବା ଲୋକ କେବଳ କହିବାରେ ଅସୁବିଧା ହୋଇଥାଏ ଅନ୍ୟାନ୍ୟ କ୍ଷେତ୍ରରେ ଏମାନେ ନିଜର ପାରଦର୍ଶିତା ଭଲଭାବରେ ଦେଖାଇପାରନ୍ତି । ତେବେ ଏହାର ଉପଚାର ମଧ୍ୟ ଆପଣଙ୍କ ଘରେ ହିଁ ରହିଛି । ଆସନ୍ତୁ ଜାଣିବା ଏହି ଅସୁବିଧାରୁ କିଭଳି ବାହାରିବେ ।
Oneindia Hindiସାତୋଟି ବାଦାମ ଏବଂ ସାତୋଟି ଗୋଲମରିଚ ବାଟି ଏହାର ଚଟଣୀ ପ୍ରସ୍ତୁତ କରନ୍ତୁ । ଏଥିରେ କିଛି ମିଶ୍ରି ମିଶାଇ ଚାଟନ୍ତୁ । ଖାଲି ପେଟ ଏହା ଚାଟିବା ଦ୍ୱାରା କିଛି ଦିନ ଭିତରେ ହିଁ ଖନେଇବା ଭଳି ସମସ୍ୟା ଦୂର ହୋଇଥାଏ । ଦିନରେ ଦୁଇଥର ଗୋଲମରିଚ ପାଟିରେ ରଖନ୍ତୁ । ଅଧିକ ସମୟ ଧରି ଏଭଳି କଲେ ଖନେଇବା ଭଳି ସମସ୍ୟା ଦୂର ହୋଇଥାଏ । ଏହା କୌଣସି ରୋଗ ନାହିଁ । ଏହା ସ୍ପିଚ୍ ଥେରାପି ମାଧ୍ୟମରେ ମଧ୍ୟ ଭଲ ହୋଇପାରିବ । ଆତ୍ମବିଶ୍ୱାସ ଏବଂ ଧୈର୍ଯ୍ୟର ସହ ପ୍ରୟାସ କଲେ ଏହି ସମସ୍ୟା ମଧ୍ୟ ଦୂର ହୋଇପାରିବ । ଏଥିରେ ସମୟ ଲାଗେ କିନ୍ତୁ ଠିକ୍ ସମୟରେ ଏହାର ସଠିକ୍ ରୁପେ ଚିକିତ୍ସା କଲେ ଏହି ଅସୁବିଧା ଦୂର ହୋଇଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/8ece8c7ad1de638cf387fefd14909242.jpg)