ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ଷ୍ଟାଲିନ । ଦୀପାବଳୀରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ହଟାଇବାକୁ କଲେ ଅନୁରୋଧ ।

248

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ୍ । ଦୀପାବଳୀ ଅବସରରେ ବାଣ ଫୁଟାଇବା ଓ ବିକ୍ରି ଉପରେ ରାଜ୍ୟ ସରକାର ଲଗାଇଥିବା କଟକଣା ହଟାଇବାକୁ ଚିଠିରେ ଅନୁରୋଧ କରିଛନ୍ତି ଷ୍ଟାଲିନ୍ । ଷ୍ଟାଲିନ୍ ଚିଠିରେ ଲେଖିଛନ୍ତି, ମହାମାରୀ କୋଭିଡ୍ -୧୯ ଦେଶର କୁଟୀର, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ଅତିମାତ୍ରାରେ ପ୍ରଭାବିତ କରିଛି । ତାମିଲନାଡୁର ଅର୍ଥନୀତି ଅଭିବୃଦ୍ଧି ଓ ନିଯୁକ୍ତି ଏମଏସଏମଇ ଉପରେ ନିର୍ଭର କରିଥାଏ । ତେଣୁ କିଭଳି ଏସବୁ କ୍ଷେତ୍ର ଟ୍ରାକକୁ ଫେରିବ ତା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ବିଶେଷ କରି ବାଣ ଉପରେ ଲଗାଯାଇଥିବା କଟକଣା ଆର୍ଥିକ ଦୃଷ୍ଟିକୋଣରୁ ଅନ୍ୟ ରାଜ୍ୟଗୁଡିକ ଉପରେ ଖରାପ ପ୍ରଭାବ ପକାଇବ । ଏହି କଟକଣା ଯୋଗୁଁ ପ୍ରାୟ ୮ଲକ୍ଷ ଲୋକଙ୍କର ଜୀବିକା ପ୍ରଭାବିତ ହେବ । ତେଣୁ କଟକଣାକୁ ହଟାଇବାକୁ ଅନୁରୋଧ କରିଛନ୍ତି ଷ୍ଟାଲିନ । ନବୀନଙ୍କ ସମେତ ଷ୍ଟାଲିନ୍ ରାଜସ୍ଥାନ, ଦିଲ୍ଲୀ ଓ ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସମାନ ଅନୁରୋଧ କରିଛନ୍ତି । ତେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଷ୍ଟାଲିନଙ୍କ ଚିଠି ପାଇବା ପରେ ବାଣ ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି ।