କନକ ବ୍ୟୁରୋ : ତାମିଲନାଡୁରେ ଥମୁନି ସରକାର-ରାଜ୍ୟପାଳ ବିବାଦ । କିଛି ଦିନ ପୂର୍ବରୁ ଦୁର୍ନୀତି ଅଭିଯୋଗରେ ଇଡି ଦ୍ୱାରା ଗିରଫ ହୋଇଥିଲେ ତାମିଲନାଡୁ ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀ । ତେଣୁ ତାଙ୍କ ଦାୟିତ୍ୱର ଥିବା ଦୁଇଟି ବିଭାଗକୁ ଅନ୍ୟ ମନ୍ତ୍ରୀଙ୍କୁ ଦେବାକୁ ରାଜ୍ୟପାଳ ଆରଏନ ରବିଙ୍କୁ ପ୍ରସ୍ତାବ ଦେଇଥିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ । ଯାହାକୁ ଗ୍ରହଣ କରିନାହାଁନ୍ତି ରାଜ୍ୟପାଳ । ସେନ୍ଥିଲ ବାଲାଜୀଙ୍କ ବିଭାଗ ଅନ୍ୟ ମନ୍ତ୍ରୀଙ୍କୁ ପ୍ରଦାନ କରି ତାଙ୍କୁ ବିଭାଗ ବିହୀନ ମନ୍ତ୍ରୀ ଭାବେ ରଖିବାକୁ ପ୍ରସ୍ତାବ ଦେଇଥିଲେ ଷ୍ଟାଲିନ୍ । କିନ୍ତୁ ଏହି ପ୍ରସ୍ତାବକୁ ରାଜ୍ୟପାଳ ପ୍ରତ୍ୟାଖାନ କରିଦେଇଛନ୍ତି । ଚିଠିରେ ଭୁଲ ଏବଂ ଭ୍ରମିତ ତଥ୍ୟ ଦିଆଯାଇଥିବା କହିଛନ୍ତି ରାଜ୍ୟପାଳ । ପରେ ସରକାର ଆଉ ଏକ ଚିଠି ଲେଖି, କହିଛନ୍ତିି ମନ୍ତ୍ରୀଙ୍କ ଅଦଳବଦଳ ମୁଖ୍ୟମନ୍ତ୍ରୀଙ୍କ ବିଶେଷ ଅଧିକାର    । ମନ୍ତ୍ରୀମଣ୍ଡଳରେ ସାମିଲ କରିବା ଅବା ବାଦ୍ ଦେବା ମୁଖ୍ୟମନ୍ତ୍ରୀଙ୍କ ସାମ୍ବିଧାନିକ ଅଧିକାର । ରାଜ୍ୟପାଳ ଏହାକୁ ଗ୍ରହଣ କରିବା ଉଚିତ୍ । କିନ୍ତୁ ରାଜ୍ୟପାଳ କେନ୍ଦ୍ରର ବିଜେପି ସରକାର ଏଜେଂଟ ଭାବେ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି ଷ୍ଟାଲିନ୍ ।