କ୍ଷମତାକୁ ଆସିବା ପରେ ଆକ୍ସନ ମୋଡରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ. ଷ୍ଟାଲିନ । କରୋନା ପାଇଁ ରାଜ୍ୟରେ ପ୍ରତି ପରିବାରକୁ ୪ ହଜାର ଲେଖାଏଁ ଘୋଷଣା 

642

କନକ  ବ୍ୟୁରୋ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ହେବା ପରେ କାମରେ ଲାଗି ପଡିଛନ୍ତି ଏମକେ.ଷ୍ଟାଲିନ । କରୋନା କାଳରେ ପ୍ରତି ପରିବାରକୁ ୨ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି ଷ୍ଟାଲିନ । ୨ ହଜାର ଟଙ୍କାର ପ୍ରଥମ କିସ୍ତି ମେ ମାସ ସୁଦ୍ଧା ଦିଆଯିବ । ତେବେ ଏହାସହ ରାଜ୍ୟରେ ସମସ୍ତ ସ୍ୱାସ୍ଥ୍ୟ ବୀମାଧାରୀଙ୍କୁ ଘରୋଇ ହସ୍ପିଟାଲରେ ଚିକିତ୍ସା ସୁବିଧା ଦିଆଯିବ ବୋଲି ମଧ୍ୟ ଘୋଷଣା କରିଛନ୍ତି ଷ୍ଟାଲିନ ।

ଏହାସହ ନିଜ ମନ୍ତ୍ରୀ ମଣ୍ଡଳ ମଧ୍ୟ ଗଠନ କରିଛନ୍ତି ଷ୍ଟାଲିନ । ଏଥିରେ ୩୩ ସଦସ୍ୟ ରହିଛନ୍ତି । ଯେଉଁଥିରେ ୧୫ ଜଣ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଛନ୍ତି । ତେବେ ଷ୍ଟାଲିନ ନିଜ ମନ୍ତ୍ରୀ ମଣ୍ଡଳରେ ବରିଷ୍ଠ ନେତା ମାନଙ୍କୁ ମଧ୍ୟ ସାମିଲ କରିଛନ୍ତି । ତେବେ ସରକାର ଗଠନ କରୁ କରୁ ଷ୍ଟାଲିନ ଏବେ କାମରେ ଲାଗି ପଡିଛନ୍ତି ।

୨୦୨୧ ତାମିଲନାଡୁ ସାଧାରଣ ନିର୍ବାଚନରେ ଏଆଇଏଡିଏମକେ ଠାରୁ ଶାସନ ଭାର ଛଡାଇ ଆଣିଛି ଡିଏମକେ । ବଡ ବ୍ୟବଧାନରେ ତାଲିନାଡୁରେ ବିଜୟ ହାସଲ କରିବା ପରେ ଏବେ ସରକାର ଗଠନ କରିଛି ଡିଏମକେ । ଆଜି ଡିଏମକେର ମୁଖ୍ୟ ଏମକେ. ଷ୍ଟାଲିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।