ବିଧାନସଭାରେ ଚାଷୀ ଆତ୍ମହତ୍ୟା ତାତି ! ଗୃହ କମିଟି ସହ କୃଷିମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି

21

କନକ ବ୍ୟୁରୋ : ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ସରଗରମ ଗୃହ । ଲଗାତର ତୃତୀୟ ଦିନ ପାଇଁ ବିଧାନସଭାରେ ଅଚଳାବସ୍ଥା । ଆଜି ମଧ୍ୟ ଗୃହରେ ସମାନ ସ୍ଥିତି ଦେଖିବାକୁ ମିଳିବା ସମ୍ଭାବନା ରହିଛି । ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଗୃହ କମିଟି ଗଠନ କରିବାକୁ ଦାବି କରୁଛି ବିରୋଧୀ ବିଜେପି । ଏଥିସହ ମନ୍ତ୍ରୀ କ୍ଷମା ମାଗନ୍ତୁ ଏବଂ ବିଧାନସଭାରେ ମନ୍ତ୍ରୀ ଯେପରି ଭୁଲ ୍ଉତର ରଖୁଛନ୍ତି ସେଥିରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ବିଜେପି ଦାବି କରୁଛି ।

ବିରୋଧୀ କଂଗ୍ରେସ ବିଧାୟକ ମାନେ ମଧ୍ୟ ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିଥିଲେ । ସରକାରଂକୁ ଘେରିଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର । ରାଜ୍ୟରେ ଜଣେ ପରେ ଜଣେ ଚାଷୀ ଆତ୍ମହତ୍ୟା କରୁଥିବା ବେଳେ ସରକାର ନିଘୋଡ ନିଦ୍ରାରେ ଶୋଇଥିବା ନରସିଂହ କହିଥିଲେ । ଏଥିସହ ସର୍ବଦଳୀୟ ବୈଠକ ଡାକିବାକୁ କହିଥିଲେ । ତେବେ ଏହାକୁ ବାଚସ୍ପତି ଅଗ୍ରାହ୍ୟ କରିଦେଇଥିଲେ ।