ବିହାର ପ୍ରଚାର ମୈଦାନରୁ ଆସିଲା ରୋଚକ ଦୃଶ୍ୟ । ପ୍ରଚାର ସମାବେଶକୁ ସମ୍ବୋଧନ ବେଳେ ଭାଙ୍ଗିଗଲା ପପୁ ଯାଦବଙ୍କ ମଞ୍ଚ, ତଳକୁ ଖସିପଡି ମକଚି ହେଲା ନେତାଙ୍କ ହାତ ।

ବିହାର ପ୍ରଚାର ମୈଦାନରୁ ଆସିଲା ରୋଚକ ଦୃଶ୍ୟ । ପ୍ରଚାର ସମାବେଶକୁ ସମ୍ବୋଧନ ବେଳେ ଭାଙ୍ଗିଗଲା ପପୁ ଯାଦବଙ୍କ ମଞ୍ଚ, ତଳକୁ ଖସିପଡି ମକଚି ହେଲା ନେତାଙ୍କ ହାତ ।
କନକ ବ୍ୟୁରୋ: ବିହାରରେ ମୁଜାଫରପୁରର ଆଜି ପ୍ରଚାର କରିବା ସମୟରେ ପପୁ ଯାଦବଙ୍କ ମଂଚ ଭାଙ୍ଗି ଯାଇଛି ।  ଜନ ଅଧିକାର ପାର୍ଟିର ମୁଖ୍ୟ ପୁପ ଯାଦବ ଆଜି ମୁଜାଫରପୁରରେ ନିର୍ବାଚନ ରାଲିକୁ ସମ୍ବୋଧିତ କରୁଥିଲେ । ଏହି ସମୟରେ ମଂଚର କ୍ଷମତା ଠାରୁ ଅଧିକ ସମର୍ଥକଙ୍କ ଥିବାରୁ ଭାରସାମ୍ୟ ହରାଇ ମଂଚ ଭୁଶୁଡି ପଡିଥିଲା । ଫଳରେ ସମର୍ଥକଙ୍କ ସହ ତଳେ ପଡିଯାଇଥିଲେ ପପୁ ଯାଦବ । ଏଥିରେ ନେତାଙ୍କ ହାତ ମକଚି ଯାଇଥିବା ସୂଚନା ମିଳିଛି । କିଛି ସମର୍ଥକ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଖବର ମିଳିଛି ।

ଗଣମାଧ୍ୟମ ସୂତ୍ରରୁ ହସ୍ତଗତ ହୋଇଥିବା ଏହି ଘଟଣାର ଏକ ଭିଡିଓ ଚିତ୍ରରେ ଦେଖିବାକୁ ମିଳିଛି ଯେ ଶନିବାର ଦିନ ବିହାରର ମୁଜାଫରପୁର ଜିଲ୍ଲାର ମୀନାପୁରରେ ଆୟୋଜିତ ଏକ ନିର୍ବାଚନ ରାଲିରେ ନେତା ପପୁ ଯାଦବ ଜନତାଙ୍କୁ ସମ୍ବୋଧିତ କରୁଥିବା ବେଳେ ମଞ୍ଚଟି ଭୁଶୁଡ଼ି ପଡ଼ିଥିଲା। ଏବଂ ଶ୍ରୀ ଯାଦବ ମଞ୍ଚ ଉପରୁ ତଳକୁ ଖସି ପଡ଼ିଥିଲେ। ଏ ଘଟଣା ଦେଖିବା ପରେ ସମର୍ଥକମାନେ ତତକ୍ଷଣାତ୍‌ ତାଙ୍କ ନିକଟକୁ ଦୌଡ଼ି ଯାଇ ତାଙ୍କୁ ତଳୁ ଉଠାଇ ଥିଲେ।

ଏହି ଘଟଣା ପରେ ପପୁ ଯାଦବ ଏକ ଟୁଇଟରେ କହିଛନ୍ତି, ମୀନାପୁରରେ ଏଭଳି ଲୋକଙ୍କ ସମୁଦ୍ର ଏକାଠି ହୋଇଥିଲା। ପ୍ରଶାସନିକ ଅବହେଳା ହେତୁ ସେଠାରେ ମଞ୍ଚ ଭାଙ୍ଗିଗଲା ମୋର ଡାହାଣ ହାତ ଭାଙ୍ଗି ଯାଇଛି। ତଥାପି ମୁଁ ଓହରି ଯିବି ନାହିଁ। ଖୁବ ଶୀଘ୍ର ପ୍ରଚାର ମଇଦାନକୁ ଫେରିବି ଓ ପରିବର୍ତ୍ତନ ପାଇଁ ମୋ ଅଭିଯାନ ଜାରି ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe