ନୂଆଦିଲ୍ଲୀ କାଲକାଜି ମନ୍ଦିରରେ ଭଜନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଭାଙ୍ଗିଲା ମଂଚ । ଦଳାଚକଟାରେ ଜଣେ ମୃତ, ୧୭ଜଣ ଆହତ

93

କନକ ବ୍ୟୁରୋ : ଦିଲ୍ଲୀ କାଲକାଜୀ ମନ୍ଦିରରେ ଗାୟକ ବି ପ୍ରାକଙ୍କ ଭଜନ କାର୍ଯ୍ୟକ୍ରମରେ ଭାଙ୍ଗିଗଲା ମଂଚ । ଦଳାଚକଟାରେ ୧୭ଜଣ ଆହତ, ଜଣେ ମହିଳାଙ୍କ ମୃତ୍ୟୁ । ଭଜନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ରାତି ପ୍ରାୟ ୧୨ଟା ବେଳେ ଏହି ଅଘଟଣ ଘଟିଛି । ପୋଲିସର ସୂଚନା ଅନୁଯାୟୀ ୨୭ତାରିଖ ରାତିରେ ଚାଲିଥିବା ଭଜନ ସମାରୋହ କାର୍ଯ୍ୟକ୍ରମରେ ପ୍ରାୟ ୧୫ଶହରୁ ୧୬ଶହ ଲୋକ ଏକାଠି ହୋଇଥିଲା । ଏହି କାର୍ଯ୍ୟକ୍ରମ ପାଇଁ କୌଣସି ଅନୁମତି ନିଆଯାଇନଥିଲା । ଭିଭିଆଇପି ଓ ଆୟୋଜକଙ୍କ ପରିବାର ପାଇଁ ତିଆରି ହୋଇଥିବା ସ୍ୱତନ୍ତ୍ର ମଂଚ ଉପରେ ଅଧିକ ଭିଡ଼ ହୋଇଯିବାରୁ ମଂଚ ଭାଙ୍ଗିପଡ଼ିଥିଲା ।ଫଳରେ ୧୭ଜଣ ଆହତ ହୋଇଥିବା ବେଳେ ଜଣେ ୪୫ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ଆହତଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।