ମଞ୍ଚ କଳାକାରଙ୍କ ଶେଷ ଯାତ୍ରା: କେନ୍ଦ୍ରାପଡ଼ା ଓସ୍ତପୁର ନିକଟରେ ସଡ଼କ ଦୁର୍ଘଟଣା । ୩ ଜଣଙ୍କ ମୃତ୍ୟୁ, ୩ ଗୁରୁତର କଟକ ସ୍ଥାନାନ୍ତର

2,252

କନକ ବ୍ୟୁରୋ: ମଂଚକୁ ଆସିବା ପୂୃର୍ବରୁ ଚାଲିଗଲା ଜୀବନ । କେନ୍ଦ୍ରାପଡା ନରଣପୁରରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣ କଳାକାରଙ୍କ ମୃତ୍ୟୁ ହୋଇଛି । ରିହରସାଲ ସାରି ଫେରୁଥିବାବେଳେ କଳାକାରଙ୍କ ଗାଡି ଗଛରେ ପିଟି ହୋଇଯାଇଥିଲା । ଘଟଣାସ୍ଥଳରେ ୩ ଜଣ କଳାକାର ପ୍ରାଣ ହରାଇଥବାବେଳେ ୪ ଗୁରୁତର ହୋଇଛନ୍ତି ।

କିଏ ଜାଣିଥିଲା, ଅଭିନୟର ଏହି ଅଭ୍ୟାସ, ମଂଚକୁ ଆସିବା ପୂର୍ବରୁ ସରିଯିବ । କିଏ ଜାଣିଥିଲା, ଯାତ୍ରା ହେବା ପୂର୍ବରୁ ଜୀବନର ଅଭିନୟ ସରିଯିବ । ମାତ୍ର କିଛି ଘଂଟା ପୂର୍ବରୁ କଳାକାରମାନେ ରିହିୟସାଲ୍ ସାରିଥିଲେ । ମଂଚସ୍ଥ ହେବାକୁ ଥିବା ଯାତ୍ରା ପାଇଁ ପ୍ରସ୍ତୁତ ହେଉଥିଲେ । ହେଲେ ରିହିୟସାଲ୍ ସାରି ଫେରିବା ବେଳକୁ ଘଟିଗଲା ଅଘଟଣ । ଆଉ ଆଖି ବୁଜି ଦେଲେ ୩-୩ ଜଣ ମହିଳା କଳାକାର ।

ସମୟ: ଭୋର ସାଢ଼େ ୬ଟା
ସ୍ଥାନ: ଓସ୍ତପୁର, କେନ୍ଦ୍ରାପଡ଼ା
ନରଣପୁରରୁ ରିହିୟସାଲ୍ ସାରି ବୋଲେରୋରେ ନିଜ ଗାଁକୁ ଫେରୁଥିଲେ କଳାକାର। ଏହି ସମୟରେ ଓସ୍ତପୁର ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ୩ ଜଣ କଳାକାରଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ତାନାନ୍ତର କରାଯାଇଥିଲା ।

ଏହି ଘଟଣାକୁ ନେଇ, ସମଗ୍ର ନାରଣ ପୁରରେ, ଶୋକାକୂଳ ପରିବେଶ। ତେବେ ପୋଲିସ ଓ ପ୍ରଶାସନ, ଶବକୁ ଚିହ୍ନଟ କରି ପୋଷ୍ଟମୋର୍ଟମ୍ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି ।
ଅଭିନୟ କରି ଲୋକଙ୍କୁ ହସେଇ ବା ଆଉ କନ୍ଦେଇବା ଯାହାର ନିଶା ଥିଲା, ସେମାନେ ସବୁ ଦିନ ପାଇଁ, କନ୍ଦେଇ ଚାଲି ଗଲେ ।