ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ଦୁଇ ପଡୋଶୀଙ୍କ ମଧ୍ୟରେ ଛୁରା ମାଡ । ଗୋଟିଏ ପରିବାରର ମାଆ-ଝିଅ ସମେତ ପଡୋଶୀ ଯୁବକ ଆହତ

128

କନକ ବ୍ୟୁରୋ: ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ଦୁଇ ପରିବାର ମଧ୍ୟରେ ଛୁରା ମାଡ ହୋଇଛି । ଗୋଟିଏ ପରିବାର ଅନ୍ୟ ପରିବାରର ମା’ ଏବଂ ଝିଅଙ୍କୁ ଛୁରା ମାଡ କରିଥିବା ବେଳେ ମାଆ-ଝିଅ ମିଶି ସଂପୃକ୍ତ ଯୁବକଙ୍କୁ ମଧ୍ୟ ଛୁରା ମାଡ କରିଛନ୍ତି । ଆହତ ହୋଇଥିବା ଉଭୟ ପରସ୍ପରଙ୍କ ପଡୋଶୀ ବୋଲି ଜଣାପଡିଛି ।ମାଆ-ଝିଅ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆହତ ଯୁବକ କ୍ୟାପିଟାଲ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ଆହତ ଯୁବକ ଏକ ଘରୋଇ ଟିଭି ଚ୍ୟାନେଲରେ କାମ କରନ୍ତି । ତାଙ୍କ ନାଁ ହେଉଛି ରୁପେଶ ପଣ୍ଡା । ରୁପେଶ କହିଛନ୍ତି, ଘରକୁ ଫେରିବା ରାସ୍ତାରେ କିଛି ଅସାମାଜିକ ଯୁବକ ତାଙ୍କୁ ହାଣି ପକାଇଥିଲେ । ଏବଂ ଅପହରଣ କରି ପଡୋଶୀଙ୍କ ଘର ଭିତରେ ପଶି, ଆକ୍ରମଣ କରିବା ପାଇଁ ବାଧ୍ୟ କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତରୁ ଜାଣିବାକୁ ପାଇଛି ଯେ, କୌଣସି କାରଣରୁ ଦୁଇ ପଡୋଶୀ ମୁହାଁମୁହିଁ ହୋଇଛନ୍ତି । ଘଟଣାର ପୃଷ୍ଠଭୂମିକୁ ନେଇ ତଦନ୍ତ ଜାରି ରହିଛି ।