ବଡ ଖବର : କୌଣସି ଆରଟିଓରେ ହୋଇପାରିବନି DL ଓ LL ଟେଷ୍ଟ, ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସମସ୍ତ ଟେଷ୍ଟକୁ ବାତିଲ କଲା ପରିବହନ ବିଭାଗ । 

639

କନକ ବ୍ୟୁରୋ : ଗାଡି ଚାଳକଙ୍କ ପାଇଁ ବଡ ଖବର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଡିଏଲ ଓ ଏଲଏଲ ଟେଷ୍ଟକୁ ବାତିଲ କରିଛି ରାଜ୍ୟ ପରିବହନ ବିଭାଗ । ଆସନ୍ତା ୨୨ ତାରିଖରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବିଭିନ୍ନ ଆରଟିଓରେ ହେବାକୁ ଥିବା ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟକୁ ବାତିଲ କରାଯାଇଛି । ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି ।

ଏ ବାବଦରେ ସୋସିଆଲ ମିଡ଼ିଆରେ ଲୋକଙ୍କୁ ସୂଚିତ କରିବାକୁ ପରିବହନ ବିଭାଗ ପକ୍ଷରୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗତଥର କରୋନା ସଂକ୍ରମଣ ବ୍ୟାପିଥିବା ବେଳେ ସରକାରଙ୍କ ପକ୍ଷରୁ ମଧ୍ୟ ସମାନ ନିର୍ଦ୍ଦେଶ ଜାରି କରାଯାଇଥିଲା । ଡିଏଲ ଓ ଏଲଏଲ ସଂକ୍ରାନ୍ତୀୟ ସମସ୍ତ ଟେଷ୍ଟକୁ ବାତିଲ କରାଯାଇଥିଲା । ପରେ କରୋନା ସ୍ଥିତିରେ ସୁଧାର ଆସିବା ପରେ କଟକଣା ଅନୁଯାୟୀ ଅଳ୍ପ କିଛି ଲୋକଙ୍କୁ ଟେଷ୍ଟ ପାଇଁ ଅନୁମତି ମିଳିଥିଲା ।