ଗାଡି ଚାଳକଙ୍କ ପାଇଁ ବଡ ଖବର : ଜୁନ ୩୦ ଯାଏଁ ବଢିଲା ଚାଳକଙ୍କ ଲର୍ଣ୍ଣର୍ସ ଲାଇସେନ୍ସ ଅବଧି

383

କନକ ବ୍ୟୁରୋ : ଗାଡି ଚାଳକଙ୍କ ପାଇଁ ବଡ ଖବର । ବଢ଼ିଲା ଲର୍ଣ୍ଣର୍ସ ଲାଇସେନ୍ସ ବୈଧତା ଅବଧି । ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବା ଲାଗି ରାଜ୍ୟ ସରକାର ଏହି ଅବଧିକୁ ଆସନ୍ତା ଜୁନ ୩୦ ଯାଏଁ ବୄଦ୍ଧି କରିଛନ୍ତି । ଏନେଇ ରାଜ୍ୟ ପରିବହନ ବିଭାଗ (ଏସ୍‌ଟିଏ) ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଯେଉଁମାନଙ୍କ ଲର୍ଣ୍ଣର୍ସ ଲାଇସେନ୍ସ ଅବଧି ସରୁଥିଲେ ବି ଏହାକୁ ବୈଧ ଧରାଯିବ । ଡିଏଲ ପାଇଁ ଅନେକ ଲର୍ଣ୍ଣର୍ସ ଲାଇସେନ୍ସ ଚାଳକ ଅପେକ୍ଷାରେ ଅଛନ୍ତି । କୋଭିଡକୁ ଦୃଷ୍ଟିରେ ରଖି ପରିବହନ କମିଶନର ନିଷ୍ପତ୍ତି ନେଇଛନ୍ତି ।

ପୂର୍ବରୁ ମାର୍ଚ୍ଚ ମାସ ୩୧ ତାରିଖ ଲର୍ଣ୍ଣର୍ସ ଲାଇସେନ୍ସ ଅବଧି ବୃଦ୍ଧି କରାଯାଇଥିଲା । ଏବେ ଏହାକୁ ଜୁନ ୩୦ ଯାଏଁ ବୄଦ୍ଧି କରିଛନ୍ତି ରାଜ୍ୟ ସରକାର । ଏହି ସମୟ ମଧ୍ୟରେ ଲର୍ଣ୍ଣର୍ସ ଲାଇସେନ୍ସ ଧାରୀ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିପାରିବେ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ଗାଡ଼ି ଚାଳକଙ୍କ ପାଇଁ ଏଭଳି ସୁବିଧା ଆଣିଥିବା ଏସ୍‌ଟିଏ ପକ୍ଷରୁ ସୂଚନା ମିଳିଛି।