ସାମ୍ବାଦିକତାରେ କ୍ୟାରିୟର କରିବାକୁ ଚାହୁଁଛନ୍ତି କି ? ‘ସୋମାକ୍’ରେ ଆରମ୍ଭ ହେଲା ଫର୍ମ ବିକ୍ରୟ ।

152

କନକ ବ୍ୟୁରୋ: ସାମ୍ବାଦିକତା ଓ ଗଣଯୋଗାଯୋଗକୁ କ୍ୟାରିୟର କରିବାକୁ ଉତ୍ସୁକଥିବା ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଖୁସିଖବର । ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ‘ସୋମାକ୍’ର ନାମଲେଖା ଆବେଦନ ନିମନ୍ତେ ଫର୍ମ ବିକ୍ରୟ ଚାଲିଛି । କୋର୍ସ ସମ୍ପର୍କିତ ଅଧିକ ବିବରଣୀ ତଥା ନାମଲେଖା ସମ୍ପର୍କରେ ଜାଣିବା ପାଇଁ ଛାତ୍ରଛାତ୍ରୀମାନେ ୦୬୭୪-୨୫୬୨୨୫୯ ଏବ˚ ୭୦୪୫୭୩୭୫୪୪ରେ ଯୋଗାଯୋଗ କରିପାରିବେ । www.ssomac.com ୱେବସାଇଟରୁ ମଧ୍ୟ ସେମାନେ ଅନଲାଇନ୍ ଫର୍ମ ଡାଉନଲୋଡ୍ କରିପାରିବେ।

ସାମ୍ବାଦିକତା ଓ ଗଣଯୋଗାଯୋଗକୁ କ୍ୟାରିୟର କରିବାକୁ ଚାହୁଁଥିବା ଓଡ଼ିଶାର ଛାତ୍ରଛାତ୍ରୀ ମାନଙ୍କ ପାଇଁ (ସୋମାକ୍) ପ୍ରଥମ ପସନ୍ଦ ହୋଇ ରହିଆସିଛି। ଏଠାରେ ଗଣମାଧ୍ୟମର ବିଭିନ୍ନ ବିଭାଗ ଯଥା ସମ୍ବାଦପତ୍ର, ରେଡିଓ ଏବ˚ ଟେଲିଭିଜନ ପାଠ୍ୟକ୍ରମର ସୁଯୋଗ ରହିଥିବାରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅଧିକ ଆଗ୍ରହ ଲକ୍ଷ୍ୟ କରାଯାଉଛି । ଏହି ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସମ୍ବାଦ, ରେଡିଓ ଚକଲେଟ୍ ଏବ˚ କନକ ନ୍ୟୁଜରେ କାର୍ଯ୍ୟ କରିବାର ସୁଯୋଗ ପାଇଥାଆନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା କି, ସାମ୍ବାଦିକତା ଓ ଗଣଯୋଗାଯୋଗରେ କ୍ୟାରିୟର କରୁଥିବା ଛାତ୍ରଛାତ୍ରୀମାନେ ସାମ୍ବାଦିକ, ସମ୍ପାଦକ, ରେଡିଓ ଜକି, ଟି.ଭି ବୁଲେଟିନ୍ ପ୍ରଡ୍ୟୁସର ଆଙ୍କର, ରିପୋର୍ଟର, ଲୋକସମ୍ପର୍କ ଅଧିକାରୀ, ଅଧ୍ୟାପକ ପ୍ରଭୃତି ପଦପଦବୀରେ ନିଯୁକ୍ତି ପାଇଥାଆନ୍ତି । ଓଡ଼ିଶାରେ ଦିନକୁ ଦିନ ଅଧିକ ଟେଲିଭିଜନ୍ ଚ୍ୟାନେଲ୍ ଓ ସମ୍ବାଦପତ୍ର ପ୍ରକାଶ ପାଇ ଚାଲିଛି । ଏହି ସୁଯୋଗ ପିଲାମାନଙ୍କର ନିଯୁକ୍ତି ପାଇବା ସମ୍ଭାବନା ବଢ଼ାଇବା ସହିତ ଛାତ୍ରଛାତ୍ରୀମାନଙ୍କ ଆଗ୍ରହ ବଢେ଼ଇ ଦେଇଛି । ‘ସୋମାକ୍’ର ବାତାନୁକୂଳିତ କ୍ଲାସରୁମ୍‌, କମ୍ପ୍ୟୁଟର, ଲାବରୋଟୋରି, ଲାଇବ୍ରେରି, ଅଡ଼ିଓ ଭିଜୁଆଲ୍ ଷ୍ଟୁଡିଓ, ଵାଇଫାଇ ଓ ଷ୍ଟଡିଟୁରର ସୁଯୋଗ ଛାତ୍ରଛାତ୍ରୀମାନଙ୍କ ମନରେ ଅଧିକ ଆଗ୍ରହ ସୃଷ୍ଟି କରୁଥିବା ଦେଖାଯାଉଛି ।

‘ସୋମାକ୍’ର ଭୁବନେଶ୍ୱର କାର୍ଯ୍ୟାଳୟ ସହ ‘ସମ୍ବାଦ’ର ରାଉରକେଲା, ବାଲେଶ୍ୱର, ମୟୂରଭଞ୍ଜ ଏବ˚ ଜୟପୁର ସ˚ସ୍କରଣ କାର୍ଯ୍ୟାଳୟରେ ମଧ୍ୟ ଏହି ଫର୍ମ ମିଳୁଛି । ଆଗ୍ରହୀ ଛାତ୍ରଛାତ୍ରୀମାନେ ରାଉରକେଲା ପାଇଁ ଆଶିଷ ଗଡ଼ନାୟକ (୯୪୩୯୪୮୭୬୫୩), ବାଲେଶ୍ବର ପାଇଁ ରୁଦ୍ରର˚ଜନ ଶେଯପଡ଼ା (୯୮୬୧୦୦୮୯୩୮), ମୟୂରଭଞ୍ଜ ପାଇଁ ରାଜକିଶୋର ଦାଶ ୯୪୩୮୮୬୨୨୧୬), ଜୟପୁର ପାଇଁ ପ୍ରଦୀପ ପ୍ରଧାନ (୮୨୪୯୨୨୨୫୨୭)ଙ୍କ ସହ ଯୋଗାଯୋଗ କରିପାରିବେ।

ଉଲ୍ଲେଖଯୋଗ୍ୟ ଯେ କଳା, ବିଜ୍ଞାନ, ବାଣିଜ୍ୟ କିମ୍ବା ଯେକୌଣସି ପାଠ୍ୟକ୍ରମରେ +୩ ପାସ୍ କରିଥିବା ଛାତ୍ରଛାତ୍ରୀମାନେ ‘ସୋମାକ୍’ରେ ନାମ ଲେଖାଇଥାଆନ୍ତି । ‘ସୋମାକ’ରେ ପଢ଼ିବା ଲାଗି ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଚୟନ କରାଯାଇଥାଏ । ମାଟ୍ରିକରୁ +୩ ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କ ପାଇଁ ‘ସମ୍ବାଦ’ ସ୍କଲାରସିପ୍ ବ୍ୟବସ୍ଥା ମଧ୍ୟ ଅଛି, ଯାହାଫଳରେ ସେମାନେ ସମ୍ପୂର୍ଣ୍ଣ ମାଗଣାରେ ଏମଜେଏମସି ପଢ଼ିପାରିବେ ବୋଲି ‘ସୋମାକ୍’ର ଅଧ୍ୟକ୍ଷ ଜଣାଇଛନ୍ତି ।