ବାହୁବଳୀ-୨ର ସବୁ ରେକର୍ଡ ଭାଙ୍ଗିଦେବ ଏସଏସ ରାଜାମୌଳିଙ୍କ ଆଗାମୀ ଫିଲ୍ମ ଆରଆରଆର : ଆଗାମୀ ଦଶହରାରେ ୧୦ଟି ଭାଷାରେ ହେବ ରିଲିଜ

ମୁକ୍ତିଲାଭ କରିବା ଆଗରୁ ୪ଟି ଭାଷାରେ ଫିଲ୍ମର ଥିଏଟ୍ରିକାଲ ରାଇଟ୍ସ ପାଇଁ ୩୪୮ କୋଟି ଟଙ୍କାର ଅଫର

450

କନକ ବ୍ୟୁରୋ : ବାହୁବଳୀର ସବୁ ରେକର୍ଡ ଭାଙ୍ଗିଦେବ ଏସଏସ ରାଜାମୌଳିଙ୍କ ଆଗାମୀ ଫିଲ୍ମ ଆରଆରଆର । ଜୁନିୟର ଏନଟିଆର ଓ ରାମଚରଣ ତେଜାଙ୍କ ଅଭିନୀତ ଏହି ଫିଲ୍ମ ସାରା ଭାରତରେ ୧୦ଟି ବାଷାରେ ରିଲଜ ହେବାକୁ ଯାଉଛି । ଆଗାମୀ ଦଶହରା ଅକ୍ଟୋବର ୧୩ ତାରିଖରେ ଫିଲ୍ମ ରିଲିଜ କରିବାକୁ ଘୋଷଣା ହେବାପରେ ଚର୍ଚ୍ଚାରେ ରହିଆସିଛି ଏହି ଫିଲ୍ମ । କୁହାଯାଉଛି ଫିଲ୍ମର ବଜେଟ୍ ରହିଛି ୪ଶହ କୋଟି ।

ହେଲେ ଫିଲ୍ମ ରିଲିଜ ହେବା ଆଗରୁ ତାମିଲ, ତେଲୁଗୁ, ମାଲାୟଲମ ଓ କନ୍ନଡ ୪ଟି ଭାଷାରେ ଫିଲ୍ମର ଥିଏଟ୍ରିକାଲ ରାଇଟ୍ସ ପାଇଁ ୩୪୮ କୋଟି ଟଙ୍କାର ଅଫର ମିଳିସାରିଛି । ଆନ୍ଧ୍ରରେ ୧୬୫ କୋଟି, ତାମିଲନାଡୁରେ ୪୮ କୋଟି, କେରଳରେ ୧୫ କୋଟି, କର୍ଣ୍ଣାଟକରେ ୪୫ କୋଟି ଓ ତେଲେଙ୍ଗାନାରେ ୭୫ କୋଟି ଟଙ୍କାର ଥିଏଟ୍ରିକାଲ ରାଇଟ୍ସ ହାସଲ କରିଛି । ଏହାପୂର୍ବରୁ ବାହୁବଳୀ-୨ ରିଲିଜ ହେବା ଆଗରୁ ୨୧୫ କୋଟି ଟଙ୍କାର ଆୟ କରିଥିଲା ।

ଅବଶ୍ୟ ଫିଲ୍ମର ବକ୍ସ ଅଫିସ କଲେକ୍ସନ ୧୪ଶହ କୋଟି ଟଙ୍କା ଥିଲା । ହେଲେ ଆରଆରଆର- ଅର୍ଥାତ ରାଇଜ୍, ରୋର ଆଣ୍ଡ ରିଭୋଲ୍ଟ ଏହି ରେକର୍ଡକୁ ମଧ୍ୟ ଟପିଯିବ ବୋଲି ଆଶା କରାଯାଉଛି । ଫିଲ୍ମଟି ହିନ୍ଦୀ ଭାଷାରେ ମଧ୍ୟ ରିଲିଜ ହେବାକୁ ଯାଉଛି । ଏଥିରେ ଆଲିଆ ଭଟ୍ଟ ଓ ଅଜୟ ଦେବଗନଙ୍କ ସହ ହଲିଉଡ ଅଭିନେତ୍ରୀ ଏଲିସନ ଡୁଡି ବି ନଜର ଆସିବେ ।