କନକ ବ୍ୟୁରୋ : ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସରଙ୍କ ଦେହାନ୍ତକୁ ନେଇ ସାରା ଦେଶରେ ଶୋକର ଛାୟା । ବଲିଉଡ୍ ମଧ୍ୟ ସ୍ତବ୍ଧ । ଲତାଙ୍କ ଶେଷ ଦର୍ଶନ ପାଇଁ ଶିବାଜୀ ପାର୍କରେ ପହଂଚିଥିଲେ ଅନେକ ବଲିଉଡ୍ କଳାକାର । ଏହି ସମୟର ଏକ ଫଟୋ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ସୁପରଷ୍ଟାର ଶାଖାରୁଖ୍ ଖାନ୍ ତାଙ୍କ ମ୍ୟାନେଜର ପୂଜା ଦଦଲାନିଙ୍କ ସହ ଲତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ଶିବାଜୀ ପାର୍କରେ ପହଂଚିଥିଲେ । ଅମର ଆତ୍ମର ସଦଗତି ପାଇଁ ଆଲ୍ଲାଙ୍କୁ ପ୍ରାର୍ଥନା କରୁଛନ୍ତି ଅଭିନେତା ଶାହରୁଖ ଖାନ ।

Advertisment

ଆଉ ପାଖରେ ଠିଆ ହୋଇ ଭଗବାନଙ୍କୁ ହାତ ଯୋଡି ଡାକୁଛନ୍ତି ମ୍ୟାନେଜର ପୂଜା ଦଦଲାନି  । ଏହି ଫଟୋ ଭାଇରାଲ ହେବା ପରେ ଅନେକ ପ୍ରତିକ୍ରିୟା ଆସିବାରେ ଲାଗିଛି । ଏହା ହିଁ ଗୋଟିଏ ଦେଶ ଓ ଗୋଟିଏ ଧର୍ମ । ଏପରି ଦେଶରେ ଜନ୍ମ ନେଇଥିବାରୁ ନିଜକୁ ଗର୍ବିତ ବୋଲି ଲେଖିଛନ୍ତି ସୋସିଆଲ ମିଡିଆ ବ୍ୟବହାରକାରୀ । କଥା ହେଲା, ଲତା ମଙ୍ଗେସକର ଜଣେ ଏମିତି ବ୍ୟକ୍ତିତ୍ୱ ଯାହାଙ୍କୁ କୌଣସି ନିର୍ଦ୍ଦିଷ୍ଟ ଧର୍ମ କିମ୍ବା ଗୋଷ୍ଠୀ ମଧ୍ୟରେ ବାନ୍ଧି ହେବ ନାହିଁ ।