ଉତ୍ତରଖଣ୍ଡର ଦିନିକିଆ ମୁଖ୍ୟମନ୍ତ୍ରୀ ହେଲେ ସୃଷ୍ଟି ଗୋସ୍ୱାମୀ । ବିକାଶ ମୂଳକ କାମର କଲେ ସମୀକ୍ଷା

311

କନକ ବ୍ୟୁରୋ: ଉତ୍ତରାଖଣ୍ଡର ଦିନିକିଆ ମୁଖ୍ୟମନ୍ତ୍ରୀ ହେଲେ ୧୯ ବର୍ଷୀୟ ଝିଅ ସୃଷ୍ଟି ଗୋସ୍ୱାମୀ । ରବିବାର ଦିନ ସୃଷ୍ଟି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବା ସହିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଏହି ଅବସରରେ ସେ ଉତ୍ତରଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରୀବେନ୍ଦ୍ର ସିଂ ରାୱତଙ୍କୁ ପ୍ରଂଶସା କରିଛନ୍ତି ।

ସେ କହିଛନ୍ତି ରାଷ୍ଟ୍ରୀୟ ବାଳିକା ଦିବସ ଅବସରରେ ତାଙ୍କୁ ଏହି ସୁଯୋଗ ମିଳିଥିବାରୁ ସେ ଖୁସି । ଏହାବାଦ୍ ଉତ୍ତରଖଣ୍ଡରେ ଚାଲିଥିବା ବିଭିନ୍ନ ବିକାଶ ମୂଳକ କାମକୁ ମଧ୍ୟ ସେ ପ୍ରଂଶସା କରିଥିଲେ । କିଛି ଦିନ ତଳେ ଉତ୍ତରାଖଣ୍ଡ ହରିଦ୍ୱାର ନିବାସୀ ସୃଷ୍ଟି ଗୋସ୍ୱାମୀ ଦିନିକିଆ ମୁଖ୍ୟମନ୍ତ୍ରୀ ହେବେ ବୋଲି କୁହାଯାଇଥିଲା । ରାଷ୍ଟ୍ରୀୟ ବାଳିକା ଦିବସରେ ଏପରି କରାଯାଇଥିଲା । ଉତ୍ତରଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରୀବେନ୍ଦ୍ର ସିଂ ମଧ୍ୟ ଏଥିପାଇ ସ୍ୱୀକୃତି ପ୍ରଦାନ କରିଥିଲେ ।

ହରିଦ୍ୱାରର ଦୌଲତପୁର ନିବାସୀ ସୃଷ୍ଟି ବିଏସଏସ ପିଜି କଲେଜରେ ବିଏସସି ଏଗ୍ରିକଲଚରର ୭ମ ସେମିଷ୍ଟାରର ଛାତ୍ରୀ । ତେବେ ୨୦୧୮ ମେ ମାସରେ ଉତରାଖଣ୍ଡରେ ଆୟୋଜିତ ହୋଇଥିବା ଶିଶୁ ବିଧାନସଭାରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ଆଜି ସତରେ ସେ ତାଙ୍କ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ।