ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀ ଠାବ : ବିପୁଳ ପରିମାଣରେ ଆତଙ୍କୀ ସାମଗ୍ରୀ ଜବତ

Advertisment
ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀ ଠାବ : ବିପୁଳ ପରିମାଣରେ ଆତଙ୍କୀ ସାମଗ୍ରୀ ଜବତ

source : Kolkata24x7

ଜାମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲାରେ ଆତଙ୍କବାଦୀଙ୍କ ଏକ ଆଡ୍ଡାସ୍ଥଳୀ ଠାବ କରାଯାଇଛି। ସେନା ଏବଂ ପୋଲିସ ମିଳିତ ଭାବେ ଚଢ଼ାଉ କରି ଉକ୍ତ ଆଡ୍ଡାସ୍ଥଳୀରୁ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଥିବା ପ୍ରକାଶ। ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି ପୋଲିସ ଏବଂ ସୁରକ୍ଷାବଳ ଯବାନମାନେ ପୁଲୱାମା ଜିଲ୍ଲାର କୋଇଲ ଅଂଚଳର ମାଣ୍ଡୁନା ଗ୍ରାମରେ ରବିବାର ଖାନତଲାସି ଅଭିଯାନ ଆରମ୍ଭ କରିଥିଲେ।

publive-image

ସେନା ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ଉକ୍ତ ଆତଙ୍କବାଦୀ ଆଡ୍ଡାସ୍ଥଳୀ ଠାରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସହ ଅନ୍ୟାନ୍ୟ ଜିନିଷ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ସାମଗ୍ରୀକୁ ପୋଲିସ ଜବତ କରି ମାମଲା ରୁଜୁ କରିଛି। ଅଧିକ ଅନୁସନ୍ଧାନ ଜାରି ରହିଥିବା ସେନା ମୁଖପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe