ସାଧାରଣତନ୍ତ୍ର ଦିବସରେ ଗ୍ରେନେଡ ମାଡ କରିଥାନ୍ତେ ଆତଙ୍କବାଦୀ । ବଡ ଧରଣର ଆକ୍ରମଣ ଆଗରୁ ୫ ଆତଙ୍କୀଙ୍କୁ ଗିରଫ କଲା ପୋଲିସ

470

କନକ ବ୍ୟୁରୋ: ଗଣତନ୍ତ୍ର ଦିବସ ପୂର୍ବରୁ ବଡଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ କଲା ପୋଲିସ । ଜମ୍ମୁ-କାଶ୍ମୀରରୁ ୫ ଆତଙ୍କବାଦୀଙ୍କୁ ଗିରଫ କରିବା ସହ ପୋଲିସକୁ ମିଳିଛି ବଡ ସଫଳତା । ତେବେ ଆସନ୍ତା ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ଏକ ବଡ ହମଲା କରିବାକୁ ଆକ୍ରମଣ ଯୋଜନା ପାଇଁ ପ୍ରସ୍ତୁତ ହେଉଥିଲେ ଏହି ଆତଙ୍କବାଦୀ । ଜାନୁୟାରୀ ୨୬କୁ ଆଖି ଆଗରେ ରଖି ଗ୍ରେନେଟ ମାଡ କରି ଏକ ବଡ କ୍ଷତି ଘଟାଇବାକୁ ନୀଳ ନକ୍ସା ରଚୁଥିଲେ ଆତଙ୍କବାଦୀ । ହେଲେ ଏହି ଷଡଯନ୍ତ୍ର ଆଗକୁ ବଢିବା ଆଗରୁ ଏହାକୁ ବିଫଳ କରିଦେଇଛି ଜାମ୍ମୁକାଶ୍ମୀର ପୋଲିସ ।

ତେବେ ସାଧାରଣତନ୍ତ୍ର ଦିବସରେ ଭୟାନକ ଆକ୍ରମଣ ପାଇଁ ଯୋଜନା ଚଳାଇଥିବା ଏହି ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲା ୩ ରାଜ୍ୟ । ଏମାନେ ସେହି ସବୁ ରାଜ୍ୟରେ ଗ୍ରେନେଡ ମାଡ କରି ହମଲା କରିଥାନ୍ତେ । ତେବେ ସମସ୍ତଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୋଲିସ ।

ସେପଟେ ଆତଙ୍କବାଦୀଙ୍କ ସହିତ ଡିଏସପି ଦେବେନ୍ଦ୍ର ସିଂଙ୍କ ଗିରଫଦାରୀ ପରେ ଜାମ୍ମୁକାଶ୍ମୀର ପୋଲିସର ଆତଙ୍କବାଦୀ ନିରୋଧୀ ଅପରେସନ ଚଲାଇଛି । ଆଉ ସେଥିରେ ଏହି ୫ ଆତଙ୍କବାଦୀ ଗିରଫ ହେବା ପରେ ପୋଲିସକୁ ପୁଣି ଏକ ସଫଳତା ମିଳିଛି ।