ଏଥର ଭୁବନେଶ୍ୱର ଲୋକସଭା ଆସନ ଦେଖିପାରେ ମହିଳା ଫାଇଟ । ଉତର ଭୁବନେଶ୍ୱରରେ ଶ୍ରୀମୟୀ ମିଶ୍ରଙ୍କ ଜନସର୍ମ୍ପକ ଯାତ୍ରା, ବିଜେଡି ସାଂସଦ ପ୍ରାର୍ଥୀ କହି ମାଇକରେ ହେଲା ପ୍ରଚାର

ଏଥର ଭୁବନେଶ୍ୱର ଲୋକସଭା ଆସନ ଦେଖିପାରେ ମହିଳା ଫାଇଟ । ଉତର ଭୁବନେଶ୍ୱରରେ ଶ୍ରୀମୟୀ ମିଶ୍ରଙ୍କ ଜନସର୍ମ୍ପକ ଯାତ୍ରା, ବିଜେଡି ସାଂସଦ ପ୍ରାର୍ଥୀ କହି ମାଇକରେ ହେଲା ପ୍ରଚାର

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରେ ଦେଖିବାକୁ ମିଳିବ କି ମହିଳାଙ୍କ ଲଢେଇ? ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଚେକ୍ ଦେବାକୁ ଶ୍ରୀମୟୀ ମିଶ୍ରଙ୍କୁ ପ୍ରାର୍ଥୀ କରିବ କି ବିଜୁ ଜନତା ଦଳ? ଉତର ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବାରମ୍ବାର ସ୍ମୋଗାନ ଦିଆଯାଉଥିଲା ‘ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଶ୍ରୀମୟୀ ମିଶ୍ରଙ୍କୁ ସ୍ୱାଗତମ । ୨୦୨୪ ସାଧାରଣ ନିର୍ବାଚନକୁ ମାସ କେଇଟା ବାକି ଥିବା ବେଳେ ଦଳ ଶ୍ରୀମୟୀ ମିଶ୍ରଙ୍କୁ ଏଠାରେ ବିଜେଡି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ଆଉ ଏହାରି ଭିତରେ ଭୁବନେଶ୍ୱର ଉପକଣ୍ଠ କଲ୍ୟାଣପୁର ଗାଁରେ ଜନସର୍ମ୍ପକ ଅଭିଯାନ ଆରମ୍ଭ କରିଛନ୍ତି ଶ୍ରୀମୟୀ ମିଶ୍ର । ଶ୍ରୀମୟୀ ମିଶ୍ର ଜଣାଶୁଣା ପୁରୁଣା ଟେଲିଭିଜନ ଚେହେରା, ପଶ୍ଚିମ ଓଡ଼ିଶାରେ ଲୋକପ୍ରିୟ ନେତ୍ରୀ । ପୂର୍ବରୁ ବିଜେଡିର ମୁଖପାତ୍ର, ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଥିବା ବେଳେ ଓଟିଡିସିର ଚେୟାରମ୍ୟାନ ଭାବେ ବି ଦାୟିତ୍ୱ ତୁଲାଇଛନ୍ତି । ବିଜେଡି ଏଥର ଅଧିକ ମହିଳାଙ୍କୁ ଟିକେଟ ଦେବାର ସମ୍ଭାବନା ଥିବାରୁ ଅପରାଜିତାଙ୍କ ବିରୋଧରେ ଶ୍ରୀମୟୀ ନିର୍ବାଚନକୁ ଓହ୍ଲାଇବା ସମ୍ଭାବନା ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe