ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିଜେପିରେ ଯେତେ ନେତା ସେତେ ମତ । ଜୟନ୍ତ ଷଡଙ୍ଗୀଙ୍କ ହିସାବକୁ ଭୁଲ କହିଲେ ସାଂସଦ ଜୁଏଲ ଓରାମ

141

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିଜେପି ନେତାଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳୁଛି । ସ୍ଥାନୀୟ ଓ କେନ୍ଦ୍ରୀୟ ନେତାଙ୍କ ମତକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଜି ଏପ୍ରସଙ୍ଗରେ ମତ ରଖିଛନ୍ତି ସାଂସଦ ଜୁଏଲ ଓରାମ । ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ମତ ଉପରେ ପ୍ରତିକ୍ରିୟା ଦେଇ ଜୁଏଲ ଓରାମ କହିଛନ୍ତି, ସ୍ଥାନୀୟ ବିଧାୟକଙ୍କ ହିସାବ ଭୁଲ ରହିଛି । ତାଙ୍କ ଉପରେ କିଛି ଚାପ ଥାଇପାରେ । କିଛି ଗୋଷ୍ଠୀ ତାଙ୍କ ଉପରେ ଚାପ ପକାଉଛନ୍ତି । ରାଜ୍ୟ ସଭାପତି ତାଙ୍କୁ ଡାକି ଏହି ପ୍ରସଙ୍ଗରେ ଆଲୋଚନା କରିବେ ବୋଲି କହିଛନ୍ତି ଜୁଏଲ ଓରାମ ।

ଶ୍ରୀମନ୍ଦିର ପରିକ୍ରମ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ବିଭିନ୍ନ ସମୟରେ ଭିନ୍ନ ମତ ଦେଇଥିଲେ । ଜୟନ୍ତ ଷଡଙ୍ଗୀ କହିଥିଲେ, ସେ ପ୍ରକଳ୍ପ କାମକୁ ସମର୍ଥନ କରୁଛନ୍ତି, ବିକାଶ କାମକୁ ସମର୍ଥନ କରୁଛନ୍ତି । ହେଲେ ଯାହା ହେଉଛି ଆଇନ ଭିତରେ ହେଉ । ସେପଟେ ସଂସଦରେ ଏହି ପ୍ରସଙ୍ଗ ଉଠାଇଥିବା ଅପରାଜିତା ଷଡଙ୍ଗୀଙ୍କ ଆଭିମୁଖ୍ୟକୁ ଏପ୍ରକାର ସମର୍ଥନ କରିଛନ୍ତି ଜୁଏଲ । ଶ୍ରୀମନ୍ଦିରର ସୁରକ୍ଷା ପାଇଁ ବିଜେପି ଜୋରଦାର ଲଢେଇ କରିବ ବୋଲି କହିଛନ୍ତି । ଶ୍ରୀମନ୍ଦିର ଆଖପାଖରେ ହେଉଥିବା ନିମାଣ କାମକୁ ସେ ବେଆଇନ ବୋଲି ମଧ୍ୟ କହିଛନ୍ତି ।