ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପ୍ରସଙ୍ଗରେ ଅସନ୍ତୋଷ ଝାଡିଲେ ହାଇକୋର୍ଟ । ମରାମତି କାର୍ଯ୍ୟ ବିଳମ୍ବ ନେଇ ଉଠାଇଲେ ପ୍ରଶ୍ନ
କନକ ବ୍ୟୁରୋ : ଶ୍ରୀ ଜଗନ୍ନାଥ ମନ୍ଦିର ନାଟମଣ୍ଡପ ମରାମତି କାମରେ ବିଳମ୍ବ ନେଇ ଭାରତୀୟ ପତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା ଏଏସ୍ଆଇ ଉପରେ କ୍ଷୁବ୍ଧ ହେଲେ ଉଚ୍ଚ ନାୟାଳୟ । ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି, ୨୦୧୭ରୁ ଏଏସ୍ଆଇ କଣ କରୁଛନ୍ତ । ନାଟମଣ୍ଡପ ମରାମତି କାର୍ଯ୍ୟ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନ ହେବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି କହିଛନ୍ତି ହାଇକୋର୍ଟ । ବିଭିନ୍ନ ବାହାନା ଦେଖାଇ ଏ ପ୍ରସଙ୍ଗ ମୁଲତବି ହୋଇ ଚାଲିଛି । ସେପଟେ ଏ ପ୍ରସଙ୍ଗ ମାଡ୍ରାସ୍ ଆଇଆଇଟିକୁ ସ୍ଥାନାନ୍ତର କରାଯାଇଛି । ଏଭଳି ଅବହେଳା ସେମାନଙ୍କ ପକ୍ଷରୁ ହୋଇଛି ବୋଲି ଦର୍ଶାଇଛି ଏଏସ୍ଆଇ । ୨୦୧୭ରେ ନାଟମଣ୍ଡପ ମରାମତି କାମ ଏଏସ୍ଆଇ ହାତକୁ ନେଇଥିବାବେଳେ ୪ମାସ ଭିତରେ କାର୍ଯ୍ୟ ଶେଷ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା । କେଉଁ ପରିସ୍ଥିତିରେ ଏବଂ କେଉଁଥି ପାଇଁ କାମ ସମ୍ପୂର୍ଣ୍ଣ ହୋଇ ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ହାଇକୋର୍ଟ ।