କନକବ୍ୟୁରୋ: ଶ୍ରୀମନ୍ଦିର ପାଇଁ ୫ ଶହ କୋଟିର କର୍ପସ ଫଣ୍ଡ। ବଜେଟ୍ ଉପସ୍ଥାପନ ବେଳେ ଏକଥା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ସେ କହିଛନ୍ତି ଯେ, ଜଗନ୍ନାଥଙ୍କ ବିନା ଓଡ଼ିଆ ଜାତିର କଳ୍ପନା କରାଯାଇ ପାରିବ ନାହିଁ। ଓଡ଼ିଆ ଜାତି ତଥା ମହାପ୍ରଭୁଙ୍କ ମର୍ଯ୍ୟଦା ଓ ଗୌରବ ବଜାୟ ରଖିବା ପରମ କର୍ତବ୍ୟ। ପ୍ରଥମ କ୍ୟାବିନେଟ ବୈଠକରେ ତାଙ୍କ ସରକାର ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପାଇଁ ୫ଶହ କୋଟି ଟଙ୍କାର ଏକ କର୍ପସ ପାଣ୍ଠି ଗଠନ କରିବା ନିମନ୍ତେ ନିଷ୍ପତି ନେଇଥିଲେ। ଆଉ ଏହି ନିଷ୍ପତି ଅନୁଯାୟୀ ବଜେଟରେ ୫ଶହ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିବା ମୁଖ୍ୟମନ୍ତ୍ରୀ ଗୃହରେ ଘୋଷଣା କରିଛନ୍ତି।
ଶ୍ରୀମନ୍ଦିର ପାଇଁ ୫ ଶହ କୋଟିର କର୍ପସ ଫଣ୍ଡ,ବଜେଟ ଉପସ୍ଥାପନ ବେଳେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।
/kanak/media/post_attachments/wp-content/uploads/2024/07/srimandir.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)