କନକ ବ୍ୟୁରୋ : କାହିଁକି ଖୋଲା ଯାଉନି ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଦୀର୍ଘ ଦିନ ହେଲା ଏହି ଦାବି କରାଯାଉଥିବାବେଳେ ଆଜି ଜଗନ୍ନାଥ ସେନା ଓ ଭାରତୀୟ ବିକାଶ ପରିଷଦ ପକ୍ଷରୁ ରାଲି କରାଯାଉଛି । ତୁରନ୍ତ ରତ୍ନଭଣ୍ଡାର ଖୋଲିବା ଦାବିରେ ଶ୍ରୀମନ୍ଦିର ଆଗରେ ପ୍ରତିବାଦ କରିଛି ଜଗନ୍ନାଥ ସେନା ଓ ଭାରତୀୟ ବିକାଶ ପରିଷଦ । ରତ୍ନଭଣ୍ଡାର ଖୋଲିବାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦାବିପତ୍ର ଦେଇଛି ସଙ୍ଗଠନ । ଏହି ପ୍ରସଙ୍ଗ ହାଇକୋର୍ଟରେ ବିଚାରଧିନ ଥିବାରୁ ଉପଯୁକ୍ତ ଫୋରମରେ ଆଲୋଚନା କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।