ଆଜି ଆସିବ ବହୁ ପ୍ରତୀକ୍ଷିତ ରତ୍ନଭଣ୍ଡାର ମାମଲାର ରାୟ : ଗତ ୨୬ ତାରିଖରେ ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ
କନକ ବ୍ୟୁରୋ : ଆଜି ଆସିବ ବହୁ ପ୍ରତୀକ୍ଷିତ ରତ୍ନଭଣ୍ଡାର ମାମଲାର ରାୟ । ହାଇକୋର୍ଟରେ ବିଚାରଧୀନ ଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟ ଅପରାହ୍ଣ ୨ଟା ବେଳେ ପ୍ରକାଶ ପାଇବ । ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ଏବଂ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଖଣ୍ଡପୀଠ ପୂର୍ବ ସଂରକ୍ଷିତ ରାୟ ପ୍ରକାଶ କରିବେ । ରାୟ ପ୍ରକାଶ ସହ ରତ୍ନଭଣ୍ଡାର ମରାମତି ହେବ ନା ନାହିଁ, ତା’ର ମଧ୍ୟ ଫଇସଲା ହେବା ନେଇ ଆଶା ରହିଛି । ଗତ ମଙ୍ଗଳବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ଶୁଣାଣି ପରେ ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ ।