କନକବ୍ୟୁରୋ: ଶ୍ରୀମନ୍ଦିର ସୁରକ୍ଷାରେ ଅବହେଳା, ପଶୁଛି ମାଳ ମାଳ ମୋବାଇଲ। ପୋଲିସର କଟକଣା କେବଳ ଲୋକ ଦେଖାଣିଆ ହୋଇଥିବା ବେଳେ ଅମାନିଆଙ୍କୁ ସାହସ ଦେଉଛି କୋହଳ ଆଇନ ବ୍ୟବସ୍ଥା। ଫଳରେ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳର ଫଟୋ ଓ ଭିଡିଓ ବାରମ୍ବାର ଭାଇରାଲ୍ ହେବାରେ ଲାଗିଛି। ନିକଟରେ ବି ଏଭଳି କିଛି ଘଟଣା ଭକ୍ତ ମହଲକୁ ଆନ୍ଦୋଳିତ କରିଛି। ହାଇଦ୍ରାବାଦର ଜନୈକ ବ୍ୟକ୍ତି ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରୁ ଭିଡିଓ ଓ ଫଟୋ ଉତ୍ତୋଳନ କରି ଏହାକୁ ନିଜ ଇନ୍ଷ୍ଟ୍ରାଗ୍ରାମ ଆଇଡିରେ ଛାଡ଼ିଛନ୍ତି।
ଏହା ପୂର୍ବରୁ ଜନୈକ ଯୁବକ ଶ୍ରୀମନ୍ଦିର ଭିତର ବେଢ଼ାରେ ଫଟୋ ଉଠାଇ ଭାଇରାଲ୍ କରି ଚର୍ଚ୍ଚାକୁ ଆସିଥିଲେ। ପୁଲିସର ମାଳ ମାଳ ପହରା ଭିତରେ ଏଭଳି ବିଶୃଙ୍ଖଳା ଶ୍ରୀମନ୍ଦିରକୁ ବିପଦ ଭିତରକୁ ଠେଲି ଦେଇଛି। ବର୍ତ୍ତମାନ ସମୟରେ ରତ୍ନଭଣ୍ଡାର ଖୋଲାଯାଇ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି। ଏଭଳି ସ୍ଥିତିରେ କଟକଣାକୁ ଫୁ କରି ଶ୍ରୀମନ୍ଦିରକୁ ମୋବାଇଲ ପ୍ରବେଶ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/post_attachments/wp-content/uploads/2024/07/srimandira-2.jpg)