ଗଜପତିଙ୍କ ଅଧ୍ୟକ୍ଷତାରେ ଚାଲିଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ରଥଯାତ୍ରା ସମ୍ପର୍କରେ ହୋଇପାରେ ବଡ଼ ନିଷ୍ପତି

ଜିଲ୍ଲାପାଳ ଓ ଏସପିଙ୍କ ସହ ପରିଚାଳନା କମିଟିର ସମସ୍ତ ସଦସ୍ୟ ବୈଠକରେ ଉପସ୍ଥିତ: ସେପଟେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ

570

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି । ଜିଲ୍ଲା ଭିଡିଓ କନଫରେନ୍ସିଂ ହଲରେ ବୈଠକ ଆରମ୍ଭ ହୋଇଛି । ବୈଠକରେ ଜିଲ୍ଲାପାଳ ଓ ଏସପିଙ୍କ ସହ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତି ଅଛନ୍ତି । ପ୍ରଥମଥର ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପରିଚାଳନା କମିଟି ବୈଠକ ହୋଇଛି । ବୈଠକରେ ଶ୍ରୀମନ୍ଦିରର ନୀତି ପ୍ରଶାସକ ଓ ଉନ୍ନୟନ୍ନ ପ୍ରଶାସକ ସାମିଲ ଅଛନ୍ତି । ଭୁବନେଶ୍ୱରରୁ ଗଜପତି ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୈଠକରେ ସାମିଲ ଅଛନ୍ତି ।

ସେହିପରି ଆଜି ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଭୟଙ୍କ ମଧ୍ୟରେ ଫୋନ ମାଧ୍ୟମରେ ଆଲୋଚନା ହୋଇଛି । କରୋନା ସ୍ଥିତି ପୁରୀ ରଥଯାତ୍ରା ସଂପର୍କରେ ଉଭୟଙ୍କ ମଧ୍ୟରେ ଫୋନ ମାଧ୍ୟମରେ କଥାବାର୍ତା ହୋଇଥିବା ଜଣାପଡିଛି । ଆଜି ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ସଂପର୍କରେ ବି ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି ପୁରୀ ଶଙ୍କରାଚାର୍ଯ୍ୟ ଏବଂ ଗଜପତି ମହାରାଜଙ୍କୁ ଭେଟି ଆଲୋଚାନା କରିଥିଲେ ମୁଖ୍ୟ ପ୍ରଶାସକ । ଗତକାଲି ସନ୍ଧ୍ୟାରେ ପୁରୀ ଗଜପତିଙ୍କୁ ଭେଟିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏହା ପୂର୍ବରୁ ଦିନରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ମଧ୍ୟ ସେ ଆଲୋଚନା କରିଥିଲେ ।