କନକ ବ୍ୟୁରୋ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ୩୦ବର୍ଷର ରିପୋର୍ଟ ମାଗିଲେ ଆମିକସ କ୍ୟୁରୀ । ଗତ ୩୦ବର୍ଷ ମଧ୍ୟରେ ପରିଚାଳନା କମିଟି ବୈଠକରେ କଣ ସବୁ ନିଷ୍ପତି ନିଆଯାଇଛି ସେ ସର୍ମ୍ପକରେ ସେ ରିପୋର୍ଟ ତଲବ କରିଛନ୍ତି ।
ବିଗତ ୩୦ବର୍ଷର ପରିଚାଳନା କମିଟି ବୈଠକରେ ବିବରଣୀ ଓ ଏହାର ଅନୁପାଳନ ସମ୍ପର୍କିତ ରିପୋର୍ଟ ମାଗିଛନ୍ତି ଆମିକସ କ୍ୟୁରୀ । ଏହାସହ ଶାସ୍ତ୍ରୀୟ ପଦ୍ଧତିରେ ଶ୍ରୀମନ୍ଦିରରେ ସେବକମାନେ ସେବାପୂଜା କରୁଛନ୍ତି କି ନାହିଁ ସେନେଇ ମଧ୍ୟ ସବିଶେଷ ରିପୋର୍ଟ ମାଗିଛନ୍ତି ଆମିକସ କ୍ୟୁରୀ । ଗତ ୩ ମାସର ସିସିଟିଭି ଫୁଟେଜ ବି ମାଗିଛନ୍ତି ।
ସେପଟେ ପୁରୀ ଗଜପତିଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଏହି ବୈଠକରେ ପୁରୀ ହିଂସାକାଣ୍ଡ ଓ ସୁପ୍ରିମକୋର୍ଟଙ୍କ ଆଦେଶ ପାଳନର ସମୀକ୍ଷା ମୁଖ୍ୟ ପ୍ରସଙ୍ଗ ରହିିଛି । ଏହାବାଦ୍ କାତିର୍କ ନୀତି ଓ ହବିଷିଆଳୀଙ୍କୁ ଅବଢା ଦେବା ସମ୍ପର୍କରେ ବି ଆଲୋଚନା କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/AMICUS.jpg)
/kanak/media/post_attachments/wp-content/uploads/2018/11/vlcsnap-2018-11-26-12h15m23s296-300x165.png)
/kanak/media/post_attachments/wp-content/uploads/2018/11/vlcsnap-2018-11-26-12h15m59s549-300x165.png)