ଆସନ୍ତାକାଲି ୟେସ ବ୍ୟାଙ୍କରୁ ଜଗା ଟଙ୍କା ଉଠାଇବାକୁ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତି: ଆଜି ସନ୍ଧ୍ୟାରେ ସରୁଛି ମୋରୋଟୋରିୟମ ପିରିୟଡ; ୟେସ ବ୍ୟାଙ୍କରେ ଜମା ଅଛି ଶ୍ରୀମନ୍ଦିରର ୫୪୫ କୋଟି

କାଲି ୩୮୯ କୋଟି ଟଙ୍କା ଫେରିବା ନେଇ ସୂଚନା

419

କନକ ବ୍ୟୁରୋ: ଆସନ୍ତାକାଲି ୟେସ୍ ବ୍ୟାଙ୍କରେ ଜମା ରଖାଯାଇଥିବା ଜଗା ଟଙ୍କା ଉଠାଯିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି  ନିଷ୍ପତି ନିଆଯାଇଛି । ଆଜି ସନ୍ଧ୍ୟାରେ ସରୁଛି ଜମା ଥିବା ଟଙ୍କାର ମୋରୋଟୋରିୟମ ପିରିୟଡ । ୟେସ ବ୍ୟାଙ୍କରେ ଶ୍ରୀମନ୍ଦିରର ୫୪୫ କୋଟି ଜମା ରଖାଯାଇଛି ।

କାଲି ୩୮୯ କୋଟି ଟଙ୍କା ଫେରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବ୍ୟାଙ୍କର ଦେବାଳିଆ ସ୍ଥିତି ପରେ ଟଙ୍କା ଫେରିବା କି ନାହିଁ ସେ ନେଇ ଆଶଙ୍କା ପ୍ରକାଶ ପାଇଥିଲା । ଏହାକୁ ନେଇ ରାଜନୀତି  ହୋଇଥିଲା । ବିଜେଡି ସାଂସଦ ମାନେ ଦିଲ୍ଲୀରେ ଅର୍ଥମନ୍ତ୍ରୀଙ୍କୁ ଭେଟି ସ୍କାରକ ପତ୍ର ଦେଇଥିଲେ  ।

ଆଜି ସନ୍ଧ୍ୟା ୬ଟାରୁ ପୁଣି ଥରେ ପୂର୍ଣ୍ଣକାଳିନ ଭାବେ ବ୍ୟାଙ୍କିଂ ସେବା ଯୋଗାଇଦେବ ୟେସ୍ ବ୍ୟାଙ୍କ  । ଏନେଇ ନିକଟରେ ବ୍ୟାଙ୍କ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଥିଲା । ତେବେ କେନ୍ଦ୍ର ସରକାର ଓ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହି ଘରୋଇ ବ୍ୟାଙ୍କର ପୁର୍ନରଉଦ୍ଧାର ପାଇଁ ସହଯୋଗର ହାତ ବଢ଼ାଇବା ପରେ ଏହା ସମ୍ଭବ ହେବାକୁ ହୋଇପାରିଛି । ଏହି ସୁବିଧା ଉଭୟ ଡିଜିଟାଲ ଓ କାଉଁଂଟରରେ ଉପଲବ୍ଧ ହେବ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।