କରୋନା ପାଇଁ କାଲିଠୁ କାଳିଆ ଦର୍ଶନ ବନ୍ଦ । ପୂର୍ବ ପରି ଜାରି ରହିବ ଶ୍ରୀଜିଉଙ୍କ ସେବା ଓ ନୀତିକାନ୍ତି, ଦର୍ଶନ ବନ୍ଦ ନେଇ ସହମତି ଜଣାଇଲେ ସେବାୟତ ।

1,296

କନକ ବ୍ୟୁରୋ : କରୋନା ପାଇଁ କାଲିଠୁ କାଳିଆ ଦର୍ଶନ ବନ୍ଦ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । ହେଲେ ପୂର୍ବ ଭଳି ମହାପ୍ରଭୁଙ୍କ ନୀତିକାନ୍ତି ଜାରି ରହିବ । ସେବାୟତମାନେ ବଡ଼ ଦେଉଳରେ ବଡ ଠାକୁରଙ୍କ ସେବା କରିବେ । କିନ୍ତୁ ଭୁତାଣୁ ଠାରୁ ଦୂରେଇ ରହିବା ଉଦ୍ଦେଶ୍ୟରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରିବା ପାଇଁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ ।

ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତାକାଲିଠୁ ଜଗା ଦର୍ଶନ ବନ୍ଦ ରହିବ । ଏନେଇ ସେବାୟତଙ୍କ ସହ ଜିଲ୍ଲାପାଳ ବଲୱନ୍ତ ସିଂ ଆଲୋଚନା କରିଛନ୍ତି । ଏବଂ ଦର୍ଶନ ବନ୍ଦ କରିବା ପାଇଁ ସେବାୟତମାନେ ସହମତି ଜଣାଇଛନ୍ତି ।