ଜଗମୋହନରେ ନଡ଼ିଆପିଟାକୁ ବାରଣ । ଶ୍ରୀମନ୍ଦିର ପ୍ରଶାସନର କଟକଣା 

Advertisment
ଜଗମୋହନରେ ନଡ଼ିଆପିଟାକୁ ବାରଣ । ଶ୍ରୀମନ୍ଦିର ପ୍ରଶାସନର କଟକଣା 

କନକ ବ୍ୟୁରୋ : ଶ୍ରୀମନ୍ଦିର ଜଗମୋହନ ପରିସରରେ ଆଉ ନଡ଼ିଆ ବାଡ଼ିଆ ହେବନି। ଏହି ନଡ଼ିଆ ବାଡ଼ିଆ ଉପରେ ଶ୍ରୀମନ୍ଦିର ପ୍ରଶାସନ କଟକଣା କରିଛି। ଆଜି ସମସ୍ତ ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଚିଠି ଜରିଆରେ ଏଥିନେଇ ଅବଗତ କରାଯାଇଛି। ଆସନ୍ତାକାଲିଠାରୁ କେହି ନଡ଼ିଆ ବାଡ଼େଇଲେ ବା ବାଡ଼େଇବା ବେଳେ ଧରାପଡ଼ିଲେ ଦୃଢ଼ କାର୍ୟ୍ୟାନୁଷ୍ଠାନ ହେବ ବୋଲି ଏଥିରେ ଚେତାଇ ଦିଆଯାଇଛି। ଏହାକୁ ବିଭିନ୍ନ ନିଯୋଗ ପକ୍ଷରୁ ସ୍ୱାଗତ କରାଯାଇଥିବା ବେଳେ ସେବକମାନେ ସହଯୋଗ କରିବେ ବୋଲି କହିଛନ୍ତି।

ପୂର୍ବରୁ ବିଭିନ୍ନ ଜାଗାରେ ନଡ଼ିଆ ବାଡ଼ିଆ ହେଉଥିଲା। ଏହି ନଡ଼ିଆ ବାଡ଼େଇବା ଫଳରେ ସେଠାରେ ଏକ ଅଭାବନୀୟ ପରିବେଶ ସୃଷ୍ଟି ହେଉଥିଲା। ପାଣି ଜମି ରହି ଗୋଡ଼ ଖସୁୁଥିବା ବେଳେ ଜଗମୋହନ କାମ ଚାଲୁଥିବାରୁ ଏଥିରେ ବାଧା ସୃଷ୍ଟି ହେଉଥିଲା। କେବଳ ଜଗମୋହନ କାମ ନୁହେଁ, ଏହି ସ୍ଥାନରେ ରାମ ଜନ୍ମ, କୃଷ୍ଣ ଜନ୍ମ ପ୍ରଭୃତି ନୀତି କରାଯାଉଥିବାରୁ ଏହି ନଡ଼ିଆ ମାଡ଼ ସମସ୍ୟା ସୃଷ୍ଟି କରୁଥିଲା। ନିର୍ଦ୍ଦିଷ୍ଟ ଜାଗାରେ ନଡ଼ିଆ ବାଡ଼ିଆ ଯାଉନଥିବାରୁ ଏହା ପରମ୍ପରା ବିରୋଧୀ ହେଉଥିଲା।

ଭକ୍ତଙ୍କ ମାନସିକ ମଧ୍ୟ ପୂରଣ ହୋଇପାରୁନଥିଲା। ଭକ୍ତଙ୍କୁ ଧୋକା ଦିଆଯାଉଥିଲା। ଏହି କଟକଣା ଏବେ ଏହି ସବୁ ସମସ୍ୟାରୁ ଜଗମୋହନକୁ ଦୂରେଇ ରଖିବ। ତେବେ ଜଗମୋହନ ଛଡ଼ା ଅନ୍ୟ ନିର୍ଦ୍ଦିଷ୍ଟ ସ୍ଥାନରେ ନଡ଼ିଆ ବାଡ଼େଇବା ପରମ୍ପରା ବା ବିଧି ରହିଛି। ସମସ୍ତ ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନର ଏହି ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe