ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ମାମଲାର ଜରୁରୀ ଶୁଣାଣି । ପୂର୍ବ ନିର୍ଦ୍ଦେଶ ଉପରେ ରହିତାଦେଶ ପ୍ରାର୍ଥନା

Advertisment
ଶ୍ରୀମନ୍ଦିରକୁ ଅସ୍ତ୍ରଶସ୍ତ୍ର ଏବଂ ଜୋତା ପିନ୍ଧି କୌଣସି ପୋଲିସ ଅଧିକାରୀ କରିପାରିବେ ନାହିଁ ପ୍ରବେଶ : ସୁପ୍ରିମକୋର୍ଟ

Source:Scroll.in

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଧାଡି ଦର୍ଶନକ ନେଇ ପୁରୀରେ ହିସାଂକାଣ୍ଡ ଅଡୁଆ ବଢିବାରେ ଲାଗିଛି। ସେବକ-ସ୍ଥାନୀୟ ଜନସାଧାରଣ-ରାଜନୈତିକ ଦଳ ଓ ପ୍ରଶାସନ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି। ଏମିତି ଏକ ସମୟରେ ଆଜି ସୁପ୍ରିମକୋର୍ଟରେ ପୁଣି ଥରେ ଶ୍ରୀମନ୍ଦିର ମାମଲାର ଶୁଣାଣି ପାଇଁ ସୁଯୋଗ ସୃଷ୍ଟି ହୋଇଛି। ସୁପ୍ରିମକୋର୍ଟ ଗତ ଜୁଲାଇ ୫ ତାରିଖରେ ଯେଉଁ ଆଦେଶ ଦେଇଥିଲେ, ତା ଉପରେ ରହିତାଦେଶ ଜାରି କରିବା ଲାଗି ଜଣେ ଆଇନଜୀବୀ ଦେବାଶିଷ ମିଶ୍ର ଆବେଦନ କରିଛନ୍ତି। ଏହା ଉପରେ ଜରୁରି ଶୁଣାଣି ପାଇଁ କୋର୍ଟ ସମ୍ମତି ପ୍ରକାଶ କରିଛନ୍ତି।

publive-image

ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ଆଜି ହେବ। ୧୬ନମ୍ବର ମାମଲା ଭାବେ ଏହି ପ୍ରସଙ୍ଗକୁ ଗତକାଲି ତାଲିକାଭୁକ୍ତ କରାଯାଇଛି। ଧାଡ଼ି ଦର୍ଶନକୁ ପ୍ରବଳ ବିରୋଧ କରି ଗତ ୩ ତାରିଖରେ ପୁରୀ ବନ୍ଦ ଡାକରା ଦିଆଯାଇଥିଲା ଓ ସେ ସମୟରେ ବ୍ୟାପକ ହିଂସାକାଣ୍ଡ ହୋଇଛି। ଏଣୁ ପୁରୀ ଜିଲ୍ଲା ଜଜଙ୍କ ସୁପାରିସ ଆଧାରରେ କୋର୍ଟ ଯେଉଁ ନିର୍ଦ୍ଦେଶ ଜାରି କରିଥିଲେ, ତାହା ଉପରେ ରହିତାଦେଶ ଜାରି କରାଯିବା ପାଇଁ ଆଇନଜୀବୀ ଦେବାଶିଷ ମିଶ୍ର ତାଙ୍କ ଆବେଦନରେ ପ୍ରାର୍ଥନା କରିଛନ୍ତି। ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ବନ୍ଦ କରାନଗଲେ ବା ପୂର୍ବରୁ ଜାରି କରାଯାଇଥିବା ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି କରାନଗଲେ ଆଗକୁ ପରିସ୍ଥିତି ଜଟିଳ ହେବା ଆଶଙ୍କା ଥିବା ଦେବାଶିଷ ତାଙ୍କ ପ୍ରାର୍ଥନାରେ ଉଲ୍ଲେଖ କରିଛନ୍ତି। ଆମିକସ କ୍ୟୁରିଙ୍କ ରିପୋର୍ଟକୁ ନେଇ ସୁପ୍ରିମକୋର୍ଟରେ ଆସନ୍ତା ୨୩ ତାରିଖରେ ଶୁଣାଣି ଥିଲା। ଏହାର ଅବ୍ୟବହିତ ପୂର୍ବରୁ ଆଜି କୋର୍ଟ ଏହି ମାମଲା ଶୁଣାଇବେ।

publive-image

ଉଲ୍ଲେଖଯୋଗ୍ୟ, ପୁରୀ ଜିଲ୍ଲା ଜଜଙ୍କ ସୁପାରିସକୁ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଜାରି ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ଅକ୍ଟୋବର ପହିଲାରୁ ଧାଡ଼ିଦର୍ଶନ ବ୍ୟବସ୍ଥା ଆରମ୍ଭ କରିଥିଲେ। ହେଲେ ଏହାକୁ ପ୍ରବଳ ବିରୋଧ ହୋଇଥିଲା। ଶ୍ରୀଜଗନ୍ନାଥ ସେନା ପୁରୀ ବନ୍ଦ ଡାକରା ଦେଇଥିବା ବେଳେ ପୋଡ଼ାଜଳା ଓ ହିଂସାକାଣ୍ଡ ହୋଇଥିଲା। ଶ୍ରୀମନ୍ଦିର ବେଢ଼ାରେ ରହିଥିବା ପାର୍ଶ୍ବ ଦେବାଦେବୀ ଅନେକ ଗୁରୁତ୍ବ ବହନ କରୁଥିବାରୁ ଧାଡ଼ିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଚାଲି ଆସିବା ଆଧ୍ୟତ୍ମିକତାକୁ କ୍ଷୂର୍ଣ୍ଣ କରୁଥିବା ଅଭିଯୋଗ ହୋଇଥିଲା। କେବଳ ସେତିକି ନୁହେଁ, ବାଇଶି ପାହାଚ ଖୋଳାଯିବା ଆଦି ପ୍ରସଙ୍ଗକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏଭଳି ସ୍ଥିତିରେ ଆଜିର ଶୁଣାଣି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe