କନକ ବ୍ୟୁରୋ: ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ଭାରତ । ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହେବ । ଉଭୟ ଦଳ ପ୍ରଥମ ମ୍ୟାଚ ଜିତି ବିଜୟ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବେ ।
ଶ୍ରୀଲଙ୍କା ବିପକ୍ଷରେ ଭାରତ ୨-୧ରେ ସିରିଜ ବିଜୟୀ ହୋଇଥିଲା । ବର୍ତ୍ତମାନ ଟି-୨୦ ସିରିଜ ଉପରେ ନଜର ରଖିଛି ଭାରତ । ଶିଖର ଧାୱନଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଆଜି ମୈଦାନକୁ ଓହ୍ଲାଇବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/Sri-Lanka-vs-India-2021-1st-ODI.jpeg)