ଟିମ ଇଣ୍ଡିଆର ବିସ୍ଫୋରକ ବ୍ୟାଟିଂ: ୩୫୭ ରନ କଲା ଭାରତ, ଶ୍ରୀଲଙ୍କା ଆଗରେ ୩୫୮ ରନର ଟାର୍ଗେଟ

307

କନକ ବ୍ୟୁରୋ: ଆଜି ଭାରତ-ଶ୍ରୀଲଙ୍କା ମ୍ୟାଚରେ ଟିମ ଇଣ୍ଡିଆର ଦମଦାର ବ୍ୟାଟିଂ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଭାରତ ପକ୍ଷରୁ ଶ୍ରେୟାସ ଆୟର ହିସ୍ଫୋରକ ୮୨ ରନ କରିଥିବା ବେଳେ ଶୁଭମନ ଗିଲ ୯୨ ଓ ବିରାଟ କୋହଲି ୮୮ ରନ କରିଥିଲେ । ଫଳରେ ଭାରତ ୫୦ ଓଭରରେ ୮ ୱିକେଟ ହରାଇ ୩୫୭ ରନ କରିପାରିଛି । ସେହିପରି ରବିନ୍ଦ୍ର ଜାଡେଜା ୩୫ ରନ କରିଥିଲେ । ଆଜଦି ରୋହିତ ଶର୍ମାଙ୍କ ବ୍ୟାଟ ଫେଲ ମାରିଛି । ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ।