କନକ ବ୍ୟୁରୋ : ଭାରତ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଛି ଶ୍ରୀଲଙ୍କା । ତେବେ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍ ହରାଇ ୧୪୬ ରନ୍ ସଂଗ୍ରହ କରିଛି ଦଳ । ପ୍ରଥମରୁ ଶ୍ରୀଲଙ୍କା ଧିମା ବ୍ୟାଟିଂ ଆରମ୍ଭ କରିଥିଲେ ମଧ୍ୟ ଶେଷ ବେଳକୁ ଧୂଆଁଧାର ବ୍ୟାଟିଂର ପ୍ରଦର୍ଶନ କରିଥିଲେ ଅଧିନାୟକ ଶନକା । ୩୮ଟି ବଲ୍ ଖେଳି ୨ଟି ବିଶାଳ ଛକା ଏବଂ ୯ଟି ଚୌକା ବଳରେ ୭୪ ରନ୍ ସଂଗ୍ରହ କରିଥିଲେ । ସେପଟେ ଭାରତ ପକ୍ଷରୁ ଆଭେଶ ଖାନ୍ ସର୍ବାଧିକ ୨ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ, ସିରାଜ, ହର୍ଷଲ ଏବଂ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି ।
ଶନକାଙ୍କ ଶାନଦାର ବ୍ୟାଟିଂ । ଭାରତକୁ ୧୪୭ ରନର ଟାର୍ଗେଟ୍ ଦେଲା ଶ୍ରୀଲଙ୍କା ।
/kanak/media/post_attachments/wp-content/uploads/2022/02/FMm3jnyaMAEXJkL.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)