ରାନିଲେ ବିକ୍ରମସିଂଘେଙ୍କ ହାତକୁ ଆସିଛି ଦେଶର ଶାସନ ଭାର । ଫୋକସରେ ପ୍ରଧାନମନ୍ତ୍ରୀଙ୍କ ଆଗାମୀ ରଣନୀତି

76

କନକ ବ୍ୟୁରୋ: ଶ୍ରୀଲଙ୍କାର ଆର୍ଥିକ ସ୍ଥିତି କେତେ ଖରାପ ରହିଛି ସେକଥାର ପ୍ରମାଣ ଦେଉଛି ବର୍ତମାନ ସେଠାରେ ଘଟୁଥିବା ଘଟଣା । ଗୁରୁବାର ଏହି ଅସ୍ଥିରତାରେ ସାମାନ୍ୟ ଆଶସ୍ତି ମିଳିଛି, କାରଣ ଦେଶର ପ୍ରଧାନମନ୍ତ୍ରୀ ଭାବେ ରାନିଲ ବିକ୍ରମସିଂଘେ ଦାୟିତ୍ୱ ନିଜ ହାତକୁ ନେଇଛନ୍ତି । ତଥାପି ସେଠାକାର ପରିସ୍ଥିତିରେ କିିଛି ପରିବର୍ତନ ହୋଇନି । ସେପଟେ ନୂଆ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେଙ୍କ ଉପରେ ରହିଛି ସମସ୍ତ ନଜର । ପୂର୍ବରୁ ୫ଥର ଦେଶର ପ୍ରଧାନମନ୍ତ୍ରୀ ରହି ସାରିଥିବା ରାନିଲଙ୍କ ଆଗାମୀ ରଣନୀତି କଣ ରହିବ? କିଭଳି ସେ ନିଜ ଦେଶକୁ ଆର୍ଥିକ ସଙ୍କଟରୁ ରକ୍ଷା କରିବେ? ତା ଉପରେ ଏବେ ନଜର ସଭିଙ୍କ ନଜର ।

ଷଷ୍ଠଥର ପାଇଁ ପୁଣି ରାନିଲ ବିକ୍ରମସିଂଘେଙ୍କ ହାତକୁ ଆସିଛି ଶ୍ରୀଲଙ୍କାର କମାଣ । ପୂର୍ବ ସରକାର ତୁଳନାରେ ଏଥର କିନ୍ତୁ ପ୍ରଧାନମନ୍ତ୍ରୀ ରାନିଲଙ୍କ ପାଇଁ ଶାସନ ସମ୍ଭାଳିବା ବଡ ଚ୍ୟାଲେଂଜ ହୋଇପାରେ । କାରଣ ଦେଶ ଏବେ ଭୟଙ୍କର ଆର୍ଥିକ ଓ ରାଜନୈତିକ ସଙ୍କଟ ଦେଇ ଗତି କରୁଛି । ରାନିଲଙ୍କ ସାମ୍ନାରେ ଅନେକ ବଡ-ବଡ ଚ୍ୟାଲେଂଜ ରହିଛି । ଯେପରିକି ଦରଦାମ ବୃଦ୍ଧି ଉପରେ ନିୟନ୍ତ୍ରଣ, ଦେଶରେ ଆର୍ଥିକ ସ୍ଥିତିରେ ସୁଧାର, ଦେଶର ରାଜନୈତିକ ଅସ୍ଥିରତା ଭିତରେ ଶାସନ ଇତ୍ୟାଦି । ରାଜନୀତି ପଣ୍ଡିତଙ୍କ ମତରେ ଶ୍ରୀଲଙ୍କାର ସ୍ଥିତିରେ ସୁଧାର ଆଣିବା ପାଇଁ ରାନିଲଙ୍କୁ ନୂଆ ରଣନୀତି ସହ ଆଗକୁ ବଢିବାକୁ ହେବ । ଦୂରଦୃଷ୍ଟି ସମ୍ପନ୍ନ ଓ ଆର୍ଥିକ ବ୍ୟବସ୍ଥା ସମ୍ଭାଳିବା ପାଇଁ ଦକ୍ଷତା ରଖୁଥିବା ଜଣେ ଧୁରନ୍ଧର ନେତା ଭାବେ ଜଣାଯାଆନ୍ତି ରାନିଲ ।

କେବଳ ସେତିକି ନୁହେଁ ଅର୍ନ୍ତରାଷ୍ଟ୍ରୀୟ ସହଯୋଗ ଭିତିରେ ଶାସନ, ମଜବୁତ କୁଟନୀତିକୁ ନେଇ ଶାସନ କରିବା ଦିଗରେ ମଧ୍ୟ ସେ ଜଣେ ଟାଣୁନା ନେତା । ଆସନ୍ତୁ ନଜର ପକାଇବା ରାନିଲଙ୍କ ରାଜନୈତକ କ୍ୟାରିୟର ଉପରେ—୧୯୭୦ ମସିହାରେ ରାଜନୀତିରେ ପାଦ ଦେଇଥିବା ରାନିଲ କ୍ରମଶ ଶ୍ରୀଲଙ୍କାର ଜଣେ ଚର୍ଚ୍ଚିିତ ରାଜନୈତିକ ଚେହେରା ପାଲଟିଥିଲେ । ୧୯୯୩ରୁ ୨୦୧୯ ଭିତରେ ବିଭିନ୍ନ ଘଟଣାକ୍ରମ ସହ ସେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହୋଇଥିଲେ । ରାଜନେତାଭାବେ ତାଙ୍କ ପାଖରେ ୪୦ବର୍ଷର ଅଭିଜ୍ଞତା ରହିଛି ।