କନକ ବ୍ୟୁରୋ: ଆଜି ଭାରତ ଶ୍ରୀଲଙ୍କା ମଧ୍ୟରେ ହେବ କଡା ମୁକାବିଲା । ଆଜିର ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଭାରତୀୟ ଦଳ । ଏହି ମ୍ୟାଚ ଜିତିବାକୁ ହେଲେ ଶ୍ରୀଲଙ୍କାକୁ ଭାରତ ଏକ ବଡ ବିଜୟ ଲକ୍ଷ୍ୟ ଦେବାକୁ ଚେଷ୍ଟା କରିବ । ଭାରତ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ । କାରଣ ଏହି ମ୍ୟାଚ ଜିତି ଭାରତ ସେମି ଫାଇନାଲ ପାଇଁ ନିଜ ଟିକେଟ ପକ୍କା କରିବ । ସେହିପରି ଶ୍ରୀଲଙ୍କା ମଧ୍ୟ ଭାରତ ବିପକ୍ଷରେ ମ୍ୟାଚ ଜିତିବାକୁ ପ୍ରୟାସ କରିବ ।

Advertisment

ଚଳିତ ବିଶ୍ୱକପରେ ଭାରତୀୟ ଦଳ ଦମକ୍ରାର ପ୍ରଦର୍ଶନ ଜାରି ରଖିଛି । ଭାରତ ଏଯାଏଁ ୬ଟି ମ୍ୟାଚ୍ ଖେଳିଥିବା ବେଳେ ୬ଟି ଯାକ ମ୍ୟାଚ୍ ଜିତିସାରିଛି । ଫଳରେ ସେମିଫାଇନାଲରେ ସ୍ଥାନ ଏକପ୍ରକାର ପକ୍କା ହୋଇସାରିଛି । ତେବେ ଶ୍ରୀଲଙ୍କା ବିପକ୍ଷରେ ବିଜୟ ଭାରତ ପାଇଁ ସେମିଫାଇନାଲ ଟିକେଟ ନିଶ୍ଚିତ କରିଦେବ । ମୁମ୍ବାଇର ୱାନଖେଡ଼େ ଷ୍ଟାଡିୟମରେ ଭାର୍-ଶ୍ରୀଲଙ୍କା ମ୍ୟାଚ୍ ଖେଳାଯିବ । ଭାରତ ଏଯାଏଁ ବୋଲିଂ, ବ୍ୟାଟିଂ ଓ ଫଲ୍ଡିଂରେ ଦମଦାର ପ୍ରଦର୍ଶନ କରିଆସିଛି । ସେହି ଫର୍ମକୁ ଜାରି ରଖି ଶ୍ରୀଲଙ୍କାକୁ ହରାଇବାକୁ ସବୁ ପ୍ରକାର ଚେଷ୍ଟା କରିବ ରୋହିତ ଶର୍ମାଙ୍କ ଟିମ୍ । ତେବେ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଏହି ମ୍ୟାଚରେ ଖେଳିବେନି । ବାଂଲାଦେଶ ବିପକ୍ଷ ମ୍ୟାଚରେ ପାଣ୍ଡ୍ୟା ଆହତ ହୋଇଥିଲେ । ଏହାପରେ ସେ ଇଂଲଣ୍ଡ ବିପକ୍ଷରେ ମଧ୍ୟ ଖେଳିପାରି ନଥିଲେ । ତେବେ ସେ ସୁସ୍ଥ ହେଉଛନ୍ତି ଓ ଶେଷ ଲିଗ ମ୍ୟାଚ୍ ଖେଳିବାର ସମ୍ଭାବନା ଥିବା ଅଧିନାୟକ ରୋହିତ ଶର୍ମା କହିଛନ୍ତି ।