କନକ ବ୍ୟୁରୋ: ନବଦିନାତ୍ମକ ଯାତ୍ରା ସାରି ବଡ଼ ଦେଉଳକୁ ଫେରିଛନ୍ତି ବଡ଼ଠାକୁର । ଗୋଟି ପହଣ୍ଡିରେ ରଥରୁ ରତ୍ନବେଦୀକୁ ତିନି ଠାକୁରଙ୍କୁ ନିଆଯାଯାଇଛି। ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ପହଣ୍ଡି ହୋଇଥିଲା। ଭକ୍ତ ଓ ଭଗବାନ ପରସ୍ପରଙ୍କୁ ଛାଡି ଯିବାକୁ ଚାହୁଁନଥିଲେ। ଆଉ ଜଗନ୍ନାଥଙ୍କ ପହଣ୍ଡି ବେଳେ ପୁରୀରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା।

Advertisment

ଶୁକ୍ରବାର ସନ୍ଧ୍ୟା ଧୂପ ପରେ ଚାରମାଳ ବନ୍ଧାଯାଇ ପହଣ୍ଡି ହୋଇଥିଲା। ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ ସବୁ କାମ ସରିଥିଲା। ଶୃଙ୍ଖଳିତ ଭାବେ ନୀଳାଦ୍ରିବିଜେ କରାଇବାକୁ ସଜାଗ ରହିଥିଲେ ଦଇତାପତି ଓ ଶ୍ରୀମନ୍ଦିରର ପ୍ରଶାସନ। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ଦେବୀ ସୁଭଦ୍ରା ଓ ଶ୍ରୀବଳଭଦ୍ରଙ୍କୁ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ନିଆଯାଇଥିଲା। ଶେଷରେ ରତ୍ନବେଦୀ ଅଭିମୁଖେ ବାହୁଡ଼ିଥିଲେ ଜଗତର ନାଥ ଜଗନ୍ନାଥ। ହେଲେ ସିଂହଦ୍ୱାର ନିକଟରେ ମହାପ୍ରଭୁଙ୍କ ବାଟ ଓଗାଳିଥିଲେ ମା’ ମହାଲକ୍ଷ୍ମୀ। ରଥଯାତ୍ରାରେ ମା’ଙ୍କୁ ସାଥୀରେ ନେଇ ଯାଇ ନଥିବାରୁ ଅଭିମାନରେ କାଳିଆ ସାଆନ୍ତେଙ୍କୁ ମନ୍ଦିରରେ ପୁରାଇ ଦେଇନଥିଳଲ। ଏହି ସମୟରେ ମା’ଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିଥିଲେ ଶ୍ରୀଜଗନ୍ନାଥ।

ଘୋଷଯାତ୍ରାର ଏହି ଅନ୍ତିମ ପର୍ବ ଦେଖିବାକୁ ପୁରୀ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ୨୭ ଦିନ ପରେ ଆଜି ରତ୍ନ ସିଂହାସନକୁ ଫେରିଛନ୍ତି ମହାପ୍ରଭୁ। ତେବେ ଆଜି ବଡ଼ ଦେଉଳରେ ନୀଳାଚଳ ଅବଢା ପାଇବା ପାଇଁ ଆନନ୍ଦବଜାରରେ ପ୍ରବଳ ଭିଡ଼ ହେବ ବୋଲି ଆଶା କରାଯାଉଛି।