କନକ ବ୍ୟୁରୋ: ଅଫିସ ଭିତରେ ସେବା-ସ୍ନେହର ଚିତ୍ର । ଦାୟିତ୍ୱ ଓ ମାତୃତ୍ୱର ଅପୂର୍ବ ଦୃଶ୍ୟ । କୋଳରେ ୨୨ ଦିନର ଛୁଆ, ଟେବୁଲ ଉପରେ ଗଦା ଗଦା ଫାଇଲ ଆଉ ଲ୍ୟାଣ୍ଡ ଲାଇନରୁ ଆସୁଛି ବାରମ୍ବାର ଫୋନ । ଦେଶର ସଙ୍କଟ ସମୟରେ ସେବା ଯୋଗାଇବାକୁ ଗୋଟିଏ ହାତ ଫୋନ ଆଡକୁ ଉଠି ଯାଉଛି ତ ଅନ୍ୟ ଏକ ହାତ କୁନି ଛୁଆ କୁଆଁ କୁଆଁ ହେଲେ ତାକୁ ଧ... ଧ... କରିବାକୁ ସଜାଗ ରହିଛି । ମହାମାରୀ ମୁକାବିଲା ଓ ମାଆର ମମତା ମଝିରେ ଗଢି ଉଠିଥିବା ଏ ପ୍ରେରଣାଦାୟୀ କାହାଣୀ ଶୁଣିଲେ ଆପଣ ବି ଯୋଦ୍ଧାଙ୍କୁ ସଲାମ କରିବେ ।
Young #IAS Officers leading #fightagainstcorona.
GVMC Visakhapatnam Commissioner, Ms Gummalla Srijana @GummallaSrijana
joined back on duty with one month old baby without maternity leave to serve the City.#CoronaWarriorshttps://t.co/DyP3s0uU2zpic.twitter.com/2HlpvZU9pC— IAS Association (@IASassociation) April 11, 2020
ସୃଜନ ଗୁମ୍ମାଲ୍ଲା ! ୨୦୧୩ ବ୍ୟାଚର ଆଇଏଏସ ଅଫିସର । ଏବେ ସେ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ମୁନିସପାଲ କର୍ପୋରେସନର କମିଶନର ଅଛନ୍ତି । ଗତ ମାସେ ହେବ ତାଙ୍କର ଏକ ପିଲାଟିଏ ହୋଇଛି । ଯେଉଁଥି ପାଇଁ ସେ ମାତୃତ୍ୱ ଅବକାଶରେ ମଧ୍ୟ ରହିଥିଲେ । ହେଲେ ଦେଶର ଏଭଳି ପରିସ୍ଥିତିରେ ତାଙ୍କୁ ତାଙ୍କ କର୍ତ୍ତବ୍ୟ ଘରେ ଗୋଡ ବାନ୍ଧି ବସାଇ ଦେଇନଥିଲା । ସ୍ନେହ ଆଗ ନା ସେବା ଆଗ ? କେଉଁଟା ଗୁରତ୍ୱପୂର୍ଣ୍ଣ ? ଏଇ କଥା ଭାବି ଭାବି ଘରୁ ଗୋଡ କାଢି ସାରିଥିଲେ ସୃଜନ ।
ଗତ ୭ ଦିନ ହେବ ନିଜ ନବଜାତ ଶିଶୁକୁ ଧରି ଅଫିସ ଆସୁଛନ୍ତି ସୃଜନ । କାଖରେ ୨୨ ଦିନର ଛୁଆ ଆଉ କାନ୍ଧରେ ଅଫିସ ବ୍ୟାଗ ଧରି ନିଇତି ଡ୍ୟୁଟି ଆସୁଛନ୍ତି ସେବାର ଏହି ସାକ୍ଷାତ ଦେବୀ । ଛୁଆ ପାଇଁ ଛୁଟିରେ ଥିବା ବେଳେ ଦେଶ ଯେତେବେଳେ ମହାଯୁଦ୍ଧ ଲଢୁଛି ସେତେବେଳେ ନିଜକୁ ଘର ଭିତରେ ଅଟକାଇ ପାରିନଥିଲେ ସୃଜନ । ଆଉ କୁନି ଛୁଆକୁ ସାଙ୍ଗରେ ନେଇ ଅଫିସ ଯିବାକୁ ମନସ୍ଥ କରିଥିଲେ ।
ତେବେ ଅଫିସ କାମ କରିବା ବେଳେ ନିଜ ଛୁଆକୁ କେବେ ଅବହେଳା କରନ୍ତିନି ସୃଜନ । କୋଳରେ ଶୁଆଇ ଅଫିସ କାମ କରନ୍ତି ସିନା ହେଲେ ଭୋକ ଲାଗିଲେ କିମ୍ବା କାନ୍ଦିଲେ ତାଙ୍କ ଗେହ୍ଲା ଛୁଆର ଖୁବ ଯତ୍ନ ନିଅନ୍ତି । ଅଫିସର ଭାବେ ବାହାରକୁ ଶକ୍ତ ଦେଖାଯାଉଥିବା ସୃଜନ ନିଜ ଛୁଆ ପାଇଁ କିନ୍ତୁ ବେଶ ସମ୍ବେଦନଶୀଳ । ତେବେ କୌଣସି ବିପଦ ଆସିଲେ କିମ୍ବା ଡରିଗଲେ ଯେମିତି ଆମ ପାଟିରୁ ଆପେଆପେ ମାଆ ଡାକ ବାହାରି ଆସେ ଠିକ ସେମିତି ଏହି ସଙ୍କଟ ସମୟରେ ସୃଜନ କେବଳ ତାଙ୍କ ଛୁଆ ପାଇଁ ନୁହେଁ ବରଂ ସାରା ଦେଶର ମାଆ ହୋଇ ସୁରକ୍ଷା ଦେବାକୁ ଧାଇଁ ଆସିଛନ୍ତି ।