କନକ ବ୍ୟୁରୋ: ଦିନେ ଯେଉଁ ଇଂରେଜ ଭାରତକୁ ଶାସନ କରୁଥିଲେ । ସେହି ଇଂରେଜଙ୍କ ଦେଶର ଶାସନ ଗାଦିରେ ବସିଛନ୍ତି ପ୍ରଥମ ହିନ୍ଦୁ ତଥା ଭାରତୀୟ ବଂଶୋଦ୍ଭବ ରୁଷି ସୁନକ । ବ୍ରିଟେନ ରାଜନୀତିର ସର୍ବୋଚ୍ଚ ପଦରେ ଋଷି ସୁନକ ପହଞ୍ଚିବା ପରେ ତାଙ୍କ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଥିବା ଚର୍ଚ୍ଚା ହେଉଛି ।
ନିର୍ବାଚନ ପୂର୍ବର ଗୋଟିଏ ଦୃଶ୍ୟ ସାମ୍ନାକୁ ଆସିଛି । ପ୍ରବାସୀ ଓଡ଼ିଆଙ୍କୁ ନିର୍ବାଚନ ପୂର୍ବରୁ ଲଣ୍ଡନରେ ଭେଟିଥିଲେ କଞ୍ଜରଭେଟିବ୍ ପାର୍ଟିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଋଷି ସୁନକ । ସେ ସମୟରେ ଲଣ୍ଡନର ଶ୍ରୀଜଗନ୍ନାଥ ସୋସାଇଟି ସଦସ୍ୟ ସୁନକଙ୍କୁ ଉତ୍ତରୀୟ ସହ ଶ୍ରୀଜଗନ୍ନାଥଙ୍କ ପ୍ରତିମା ଉପହାରରେ ଦେଇଥିଲେ । ଶ୍ରୀଜିଉଙ୍କ ପ୍ରତିମାକୁ ଆଦରରେ ଗ୍ରହଣ କରିଥିଲେ ଋଷି ସୁନକ । ଆଉ ସେହି ସମୟରେ ସେଠାରେ ଉପସ୍ଥିତ ଜଣେ ଓଡିଆ ପଣ୍ଡିତ ମନ୍ତ୍ର ବୋଲୠଷି ସୁନକଙ୍କ ମଙ୍ଗଳ କାମନା କରିଥିଲେ ।
ବ୍ରିଟେନ୍ର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶାସନ ଭାର ସମ୍ଭାଳିଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ । ପ୍ରଥମ ଅଣଶ୍ୱେତ, ପ୍ରଥମ ଭାରତୀୟ ଓ ଜଣେ ହିନ୍ଦୁ ବ୍ୟକ୍ତି ଋଷି ସୁନକ ବ୍ରିଟେନର ସର୍ବୋଚ୍ଚ ପଦବୀରେ ବସିଛନ୍ତି । ଏହା ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଆଗକୁ ଭାରତ ଓ ବ୍ରିଟେନ ସମ୍ପର୍କରେ ବୈପ୍ଲିବକ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/18-19.jpg)