କନକ ବ୍ୟୁରୋ: ଶ୍ରୀଜଗନ୍ନାଥ ଧାମର ଦିବ୍ୟତାର ଅନୁଭବ କରିବା ପାଇଁ ଆରମ୍ଭ ହୋଇଛି ଶ୍ରୀଜଗନ୍ନାଥ ଯାତ୍ରା । ଦିଲ୍ଲୀର ସଫଦରଜଙ୍ଗ ଷ୍ଟେସନରୁ ଗଡ଼ିଛି ଟ୍ରେନ । ସବୁଜ ପତାକା ଦେଖାଇ ଭାରତ ଗୌରବ ପର୍ଯ୍ୟଟନ ଯାତ୍ରାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି କିଶନ ରେଡ୍ଡ୍ୀ । ଗ୍ରାଫିକ୍ସ - ଦିଲ୍ଲୀରୁ ବାହାରି ଉତର ପ୍ରଦେଶ, ଝାଡ଼ଖଣ୍ଡ ଦେଇ ଓଡ଼ିଶା ଓ ପରେ ବିହାର ଯାତ୍ରା କରିବ ଏହି ଟ୍ରେନ । ପୁରୀ ଜଗନ୍ନାଥ ଧାମ ସମେତ ବିଭିନ୍ନ ତୀର୍ଥସ୍ଥାନ ଓ ଐତିହ୍ୟ ସ୍ଥଳୀ ବୁଲିବେ ଶ୍ରଦ୍ଧାଳୁ ।

Advertisment

ଶ୍ରୀଜଗନ୍ନାଥ ଯାତ୍ରାର ଗସ୍ତସୂଚୀ ଉପରେ ନଜର ପକାନ୍ତୁ
ଶ୍ରୀଜଗନ୍ନାଥ ଯାତ୍ରା
୭ ରାତି/୮ଦିନର ଯାତ୍ରାରେ ଜଗନ୍ନାଥ ମନ୍ଦିର ସମେତ କାଶୀ, ବୈଦ୍ୟନାଥ ଧାମ, ଭୁବନେଶ୍ୱର, କୋଣାର୍କ ଏବଂ ଗୟା ଭ୍ରମଣ କରିବେ ଶ୍ରଦ୍ଧାଳୁ
ଗାଜିଆବାଦ, ଅଲିଗଡ଼, ଟୁଣ୍ଡଲା, ଇଟାୱା, କାନପୁର ଓ ଲକ୍ଷେ୍ନø ରେଳଷ୍ଟେସନରେ ରହଣୀ ସୁବିଧା
୩ ଟାୟାର ଏସି ଟ୍ରେନ୍ରେ ଯାତ୍ରା
୧୦ଟି କୋଚ୍ରେ ଯିବେ ୬୦୦ ଶ୍ରଦ୍ଧାଳୁ
ମିଳିବ ଶାକାହାର ଭୋଜନ
ଏସି ହୋଟେଲରେ ରହିବା ବ୍ୟବସ୍ଥା
ଯାତ୍ରୀଙ୍କ ସୁରକ୍ଷା ଲାଗି ରହିଛି ଯାତ୍ରୀ ବୀମା, ସିସିଟିଭି କ୍ୟାମେରା, ସିକ୍ୟୁରିଟି ଗାର୍ଡ ସୁବିଧା
ଟ୍ରେନରେ ଇନ୍ଫୋଟେନ୍ମେଂଟ ବ୍ୟବସ୍ଥା ଉପଲବ୍ଧ
ପ୍ରତି ଯାତ୍ରୀଙ୍କୁ ଦେବାକୁ ପଡ଼ିବ ୧୭,୬୫୫ ଟଙ୍କା

ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନର ପ୍ରଥମ ରହଣୀ ବାରାଣସୀ ସହର ହେବ । ସେଠାରେ କାଶୀ ବିଶ୍ୱନାଥ ମନ୍ଦିର, ଗଙ୍ଗା ଆରତି ସ୍ଥଳ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଏହାପରେ ଝାଡ଼ଖଣ୍ଡର ବୈଦ୍ୟନାଥ ଧାମ ଦର୍ଶନ ସାରି ପୁରୀ ଅଭିମୁଖେ ଯାତ୍ରା କରିବ ଟ୍ରେନ । ପୁରୀରେ ପର୍ଯ୍ୟଟକଙ୍କ ପାଇଁ ହୋଟେଲରେ ଦୁଇ ରାତି ରହିବାର ବ୍ୟବସ୍ଥା ହୋଇଛି । ଶ୍ରୀଜଗନ୍ନାଥ ମନ୍ଦିର, ପୁରୀ ବେଳାଭୂମି, କୋଣାର୍କର ସୂର୍ଯ୍ୟମନ୍ଦିର ଓ ମନ୍ଦିରମାଳିନୀ ଭୁବନେଶ୍ୱରର ମନ୍ଦିରଗୁଡ଼ିକ ଦର୍ଶନ କରିବେ ଯାତ୍ରୀ । ପୁରୀ ପରେ ଗୟା ହେବ ଟ୍ରେନର ଶେଷ ଗନ୍ତବ୍ୟ ସ୍ଥଳ । ସେଠାରେ ବିଷ୍ଣୁପାଦ ମନ୍ଦିରରେ ଦର୍ଶନ କରିବା ପରେ ଶେଷ ହେବ ଯାତ୍ରା ।

୮ ଦିନରେ ୪ ହଜାର କିଲୋମିଟର ଗସ୍ତ ପରେ ଫେବ୍ରୁଆରୀ ୧ ତାରିଖରେ ଶେଷ ହେବ ଯାତ୍ରା । ଏହି ଯାତ୍ରାରେ ଜଗନ୍ନାଥ ସଂସ୍କୃତି ଓ ଜଗନ୍ନାଥ ଧାମର ଗୁରୁତ୍ୱ ସହ ବିଭିନ୍ନ ତୀର୍ଥସ୍ଥଳୀ ସଂପର୍କରେ ଅବଗତ ହେବେ ଶ୍ରଦ୍ଧାଳୁ ।