ଅଯୋଧ୍ୟା ଠାରୁ ହଜାରେ କିଲୋମିଟର ଦୂରରେ ଲୋକାର୍ପିତ ହେଲା ଆଉ ଏକ ଭବ୍ୟ ରାମମନ୍ଦିର । ନୟାଗଡ ଫତେଗଡରେ ପ୍ରତିଷ୍ଠା ହେଲା ଶ୍ରୀରାମଙ୍କ ମନ୍ଦିର ।

122

କନକ ବ୍ୟୁରୋ: ଅେଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ସମାପନ ହୋଇଥିବା ବେଳେ ସେଠାରୁ ଅନେକ ଦୂରରେ ଓଡ଼ିଶାରେ ଆଉ ଏକ ରାମମନ୍ଦିରର ଭବ୍ୟ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ଗ୍ରାମ ନିକଟରେ ରହିଛି ଗିରି ଗୋବର୍ଦ୍ଧନ ପାହାଡ ।

ଏହି ପାହାଡ଼ ଉପରେ ନବନିର୍ମିତ ପ୍ରଭୁ ଶ୍ରୀରାମ ଲାଲାଙ୍କ ବିଗ୍ରହ ପ୍ରତିଷ୍ଠା ଏବଂ ନୂତନ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି । ଏହି ଅବସରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଥିଲା । ସକାଳେ ସୂର୍ଯ୍ୟପୂଜା, ଘଟ ମଣ୍ଡଳ ପୂଜା ପରେ ଠାକୁରଙ୍କ ନ୍ୟାସ କାର୍ଯ୍ୟକ୍ରମ ସମାପନ ହୋଇଥିଲା । ଅପରାହ୍ନ ୨ଟା ୧୫ ସମୟରେ ଠାକୁରଙ୍କ ପ୍ରାଣପ୍ରତିଷ୍ଠା ହୋଇଥିଲା । ଏହାପରେ ଶ୍ରଦ୍ଧାଳୁମାନେ ପ୍ରଭୁ ଶ୍ରୀରାମ, ମାତା ସୀତା ଓ ଅନୁଜ ଲକ୍ଷଣଙ୍କ ବେଶ ଦର୍ଶନ କରିଥିଲେ ।