ପୁଣି ଫେରିବେ ଶ୍ରୀରାମ, ଦୀର୍ଘ ବର୍ଷ ପରେ ପୁଣି ମିଳିବ ଦର୍ଶନ

168

କନକ ବ୍ୟୁରୋ: ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ପୌରାଣିକ ଧାରାବାହିକ ‘ରାମାୟଣ’ରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଚରିତ୍ରରେ ଅବତୀର୍ଣ୍ଣ ହୋଇ ପ୍ରସିଦ୍ଧି ଲାଭ କରିଥିବା ଅରୁଣ ଗୋଭିଲ ପୁଣିଥରେ ଫେରୁଛନ୍ତି । କହିବାର ମାନେ ହେଉଛି, ଏବେ ପୁଣିଥରେ ଏହି ଚରିତ୍ରରେ ତାଙ୍କୁ ଦେଖିବାକୁ ମିଳିବ । ଅକ୍ଷୟ କୁମାରଙ୍କ ଅପକମିଙ୍ଗ ମୁଭି ‘ଓଃ ମାଇଁ ଗଡ୍-୨’ରେ ଶ୍ରୀରାମଙ୍କ ଚରିତ୍ରରେ ଦେଖିବାକୁ ମିଳିବେ ଅରୁଣ ଗୋଭିଲ ।ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅମିତ ରାୟ । ଅରୁଣ ଗୋଭିଲ ଏହି ଫିଲ୍ମରେ ପ୍ରଭୁ ଶ୍ରୀରାମଙ୍କ ଚରିତ୍ର କରନ୍ତୁ ବୋଲି ହୁଅନ୍ତି ବୋଲି ଅକ୍ଷୟ ଚାହୁଁଥିଲେ । କାରଣ ଏହି ଚରିତ୍ରରେ ଅରୁଣଙ୍କ ବ୍ୟତୀତ ଅନ୍ୟ କୌଣସି ଅଭିନେତା ଫିଟ୍ ହେବେ ନାହିଁ ବୋଲି ଅକ୍ଷୟ କହିଥିଲେ । ଏନେଇ ଅରୁଣ ଗୋଭିଲଙ୍କୁ ଅକ୍ଷୟ ଅନୁରୋଧ କରିବା ପରେ ସେ ଏହି ଅନୁରୋଧକୁ ରକ୍ଷା କରିଛନ୍ତି ।

ଏହି ମୁଭିରେ ମୁଖ୍ୟ ଚରିତ୍ରରେ ଅକ୍ଷୟଙ୍କ ବ୍ୟତୀତ ଅଛନ୍ତି ୟାମି ଗୌତମ ଓ ପଙ୍କଜ ତ୍ରିପାଠୀ । ଫିଲ୍ମର ସୁଟିଂ ଉଜ୍ଜୟିନୀରେ ହେବାକୁ ଥିବାବେଳେ ଟିମର ୩ଜଣଙ୍କୁ କୋଭିଡ ହେବାରୁ ଏହାକୁ ସ୍ଥଗିତ ରଖାଯାଇଛି ।