କନକ ବ୍ୟୁରୋ: ଜୁଲାଇ ୮ରେ ଖୋଲିବ ଶ୍ରୀମନ୍ଦନିର ରତ୍ନଭଣ୍ଡାର । ଏଥିପାଇଁ ଗଠନ ହେଲା ସ୍ୱତନ୍ତ୍ର କମିଟି । ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ ଓ ଯାଞ୍ଚ କରିବେ ସ୍ୱତନ୍ତ୍ର ଟିମ୍ । ଏନେଇ ସୂଚନା ଦେଇଛନ୍ତି ଏଏସଆଇ ଅଧିକାରୀ ଡିବି ଗଡନାୟକ ।
ରତ୍ନଭଣ୍ଡାର ଅନୁଧ୍ୟାନ ଓ ଯାଞ୍ଚ ପାଇଁ ଏଏସଆଇ ପକ୍ଷରୁ ୧୪ ଜଣ ସଦସ୍ୟଙ୍କୁ କମିଟି ଗଠନ କରାଯାଇଛି । ୨୦୧୮ ହୋଇଥିବା ଯାଞ୍ଚର ରିପୋର୍ଟ ଅନୁସାରେ ରତ୍ନ ଭଣ୍ଡାର ବାହାର ଓ ଭିତରେ ଯାହା କିଛି ସମସ୍ୟା ରହିଛି ତାକୁ ମରାମତି କରାଯିବା ସହ ରତ୍ନଭଣ୍ଡାର ଭିତରେ ଥିବା ସୁନା ଅଳଙ୍କାରର ମଣୋତି କରାଯିବ । ତେବେ ଶ୍ରୀମନ୍ଦିର ପ୍ରଶାସନ, ପଶାୟତ କମିଟିର ଉପସ୍ଥିତିରେ ଏଏସଆଇ ଟିମ୍ ୮ ଦିନ ଭିତରେ ଏହି କାର୍ଯ୍ୟକୁ ସମାପ୍ତ କରିବାକୁ ଚେଷ୍ଟା କରିବ ବୋଲି ସୂଚନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/06/19-11.jpg)