ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ। ସହାୟତାର ହାତବଢାଇଲା ଭାରତ।

Advertisment
ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ। ସହାୟତାର ହାତବଢାଇଲା ଭାରତ।

କନକ ବ୍ୟୁରୋ: ସ୍ୱାଧୀନତା ପରେ ସବୁଠୁ ବଡ ଆର୍ଥିକସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା । ଦେଶର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡିଥିବାବେଳେ ପ୍ରତିଥର ପରି ଏବେ ବି ସାହାଯ୍ୟ ଜାରି ରଖିଛି ଭାରତ । ଶ୍ରୀଲଙ୍କାକୁ ୪୨୪କୋଟି ଟଙ୍କାର ଋଣ ମଂଜୁରୀ ଦେଇଛି ଭାରତ । ଏନେଇ ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ ସୂଚନା ଦିଆଯିବା ସହ ଭାରତକୁ ଧନ୍ୟବାଦ ଦେଇଛି ଦେଶ ।
ଏନେଇ ଦୁଇ ଦେଶ ମଧ୍ୟରେ ଜୁନ ୧୦ ତାରିଖର ଏକ ଚୁକ୍ତି ସ୍ୱାକ୍ଷର କରାଯାଇଛି । ଭାରତୀୟ ବ୍ୟାଙ୍କ ଓ ଶ୍ରୀଲଙ୍କା ସରକାରଙ୍କ ମଧ୍ୟରେ ଲାଇନ ଅଫ୍ କ୍ରେଡିଟ ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତିରେ ଶ୍ରୀଲଙ୍କା ଭାରତଠୁ ୧୧ଥର ଋଣ ନେଇପାରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe