ଆର୍ଥିକ ସଙ୍କଟ ଭିତରେ ବଢୁଛି ସାମାଜିକ ସମସ୍ୟା: ରୋଜଗାର ନଥିବାରୁ ଦେହ ବ୍ୟବସାୟ ପାଇଁ ବାଧ୍ୟ ହେଉଛନ୍ତି ଶ୍ରୀଲଙ୍କା ମହିଳା

1,696

କନକ ବ୍ୟୁରୋ: ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ଏଭଳି ଭାବରେ ବିଗିଡିଯାଇଛି ଯେ ଦୁଇ ବେଳା ଖାଦ୍ୟ ପାଇଁ ବି ଏଠାରେ ହାହାକାର ସ୍ଥିତି ଉପଜିଛି । ଚାକରି,ବ୍ୟବସାୟ, ଚାଷ, କାରଖାନାରେ ଉତ୍ପାଦନ, ସବୁ କିଛି ଠପ୍ ହୋଇଯାଇଛି । ଏହା ଭିତରେ ଅର୍ନ୍ତଜାତୀୟ ଗଣମାଧ୍ୟମ ଦ ଟେଲିଗ୍ରାଫ ଏକ ଚାଂଚଲ୍ୟକର ଖୁଲ୍ଲାସା କରିଛି । ନିଜ ପରିବାରର ଭରଣପୋଷଣ ପାଇଁ ଶ୍ରୀଲଙ୍କାର ମହିଳମାନଙ୍କ ପାଇଁ ବର୍ତମାନ ପ୍ରମୁଖ ରୋଜଗାର ମାଧ୍ୟମ ପାଲଟିଛି ଦେହ ବ୍ୟବସାୟ ।

ଜାନୁଆରୀ ମାସରୁ ଏବେ ସୁଦ୍ଧା ଏହି ବ୍ୟବସାୟ ୪୦ ପ୍ରତିଶତ ଅଧିକ ବୃଦ୍ଧି ପାଇଥିବା ଜଣାପଡିଛି । ଆର୍ଥିକ ସଙ୍କଟ ଭିତରେ ରାଜଧାନୀ କଲୋମ୍ବୋ ବର୍ତମାନ ଦେହବ୍ୟବସାୟର ଆଡ୍ଡାସ୍ଥଳୀ ପାଲଟିଛି । ବିଭିନ୍ନ ସହରରୁ କଲୋମ୍ବୋକୁ ମହିଳା ଓ ଯୁବତୀ ଧାଉଁ ଆସୁଛନ୍ତି । ଆଉ ଏଠାରେ ସ୍ପା ଓ ଅନ୍ୟାନ୍ୟ କାମ ଆଳରେ ଚାଲିଥିବା ବେଶ୍ୟାବୃତିରେ ସାମିଲ ହେଉଛନ୍ତି । ଋିପୋର୍ଟ ଅନୁସାରେ ପ୍ରତ୍ୟେକ ଦିନ କଲୋମ୍ବୋର କଟୁନାୟକ ସ୍ଥାନରେ ମହିଳାଙ୍କ ନିଲାମ ଲଗାଯାଉଛି । ଯେଉଁଠି ହଜାର ସଂଖ୍ୟକ ମହିଳା ପହଁଚି କିଛି ଅର୍ଥ ଉପାର୍ଜନା କରିବାକୁ ଚାହିଁବସୁଛନ୍ତି । ଆଶ୍ଚଯ୍ୟର କଥା ହେଉଛି ଏହି ବାଟକୁ କିଛି ପୂର୍ବତନ ସେନାଧିକାରୀ ମଧ୍ୟ ଆପଣାଇଥିବା ଜଣାପଡିଛି ।

ଏହି କାର୍ଯ୍ୟରେ ଲିପ୍ତ ମହିଳା ଓ ଯୁବତୀ ନିଜ କଷ୍ଟ ବଖାଣିଛନ୍ତି ଓ କହିଛନ୍ତି ନିଜର ଓ ନିଜ ଘରର ଭରଣପୋଷଣ ପାଇଁ ସେମାନଙ୍କ ନିକଟରେ କୌଣସି ଅନ୍ୟ ଉପାୟ ନାହିଁ । ତେଣୁ ବାଧ୍ୟ ହୋଇ ଏହି ରାସ୍ତା ଆପଣାଇଛନ୍ତି । ସରକାରଙ୍କ ଭୁଲ ନୀତି ଯୋଗୁଁ ଦେଶ ବର୍ବାଦ ହୋଇଛି ଓ ଏହାର ପରିଣାମ ପୂରା ଶ୍ରୀଲଙ୍କା ଭୋଗୁଛି । ସେପଟେ ଏଭଳି କାମରେ ସ୍ଥାନୀୟ ପୁଲିସର ମଧ୍ୟ ହାତ ଥିବା ଜଣାପଡିଛି । ବିଭିନ୍ନ ଦେହ ଦଲାଲଙ୍କଠୁ ବଟି ନେବା ସହ ଦେହଜୀବିଙ୍କୁ ଶୋଷଣ କରୁଥିବା ରିପୋର୍ଟରେ ପ୍ରକାଶ ପାଇଛି ।