ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷ୍ସ ଭାରତକୁ ତିନିଦିନିଆ ସରକାରୀ ଗସ୍ତରେ ଆସି ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ଚଳିତ ମାସ ୨୧ ତାରିଖରେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେବ ତାଙ୍କର ପ୍ରଥମ ସରକାରୀ ବିଦେଶ ଗସ୍ତ।
ଶୁକ୍ରବାର ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ। ସେ ଆଜି ରାଜଘାଟ ଯାଇ ଜାତିର ପିତା ମହାତ୍ମାଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ଏବଂ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ୍ କରିବେ। ପ୍ରଧାନମନ୍ତ୍ରୀ ମୋଦୀ , ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ବିଜୟ ପରେ ତାଙ୍କ ସହ ଟେଲିଫୋନରେ କଥା ହୋଇ ତାଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ। ଭାରତ ମହାସାଗର ଅଞ୍ଚଳରେ ସ୍ଥିରତା, ଆର୍ଥିକ ସହଯୋଗ, ଶ୍ରୀଲଙ୍କାରେ ତାମିଲ୍ ସମସ୍ୟା ସମେତ ଅନେକ ପ୍ରସଙ୍ଗ ଉପରେ ଦୁଇ ନେତା ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/11/1865246-95981885.jpeg)
/kanak/media/post_attachments/wp-content/uploads/2019/11/baf7c27e-0a0c-11ea-afcd-7b308be3ba45_image_hires_081236-300x200.jpg)
/kanak/media/post_attachments/wp-content/uploads/2019/11/GotapayaRajapaksa-300x248.jpg)