କଲୋମ୍ବୋର ଚର୍ଚ୍ଚରେ ବୋମା ବିସ୍ଫୋରଣ ପରେ ଏବେ ବସ୍ ଷ୍ଟେସନରୁ ୮୭ ଟି ବୋମା ଡିଟୋନେଟର୍ ଜବତ ! ଏୟାରପୋର୍ଟରେ ମଧ୍ୟ ଦେଖିବାକୁ ମିଳିଲା ବୋମା ।

84

ସୋମବାର କଲୋମ୍ବୋର ଏକ ବସ୍ ଷ୍ଟେସନରୁ ୮୭ ଟି ବମ୍ ଡେଟୋଟେର୍ ମିଳିଛି । ଗୋଟିଏ ଦିନ ପୂର୍ବରୁ ଶ୍ରୀଲଙ୍କାରେ ଭୀଷଣ ବିସ୍ଫୋରଣରେ ୨୯୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ । ପେଟ୍ଟା ଅଞ୍ଚଳରେ ସେଣ୍ଟ୍ରାଲ୍ କଲୋମ୍ବୋ ବସ୍ ଷ୍ଟେସନରେ ବମ୍ ଡିଟୋନେଟର ମିଳିଥିଲା । ପୋଲିସ ଏକ ବୟାନରେ କହିଛି ପ୍ରଥମେ ୧୨ ଟି ବମ୍ ମିଳିଥିଲା । ଜାଞ୍ଚ୍ ପରେ ଏଥିରେ ୭୫ ଟି ଡିଟୋନେଟର୍ ଥିବା ମିଳିଥିଲା । ରବିବାର ଇଷ୍ଟର ପର୍ବ ସମୟରେ ଚର୍ଚ୍ଚ ଏବଂ ଦାମୀ ହୋଟେଲର ଭିନ୍ନ ଭିନ୍ନ ସ୍ଥାନରେ ୮ ଟି ବମ୍ ବିସ୍ଫୋଟ ହୋଇଥିଲା । ଯେଉଁଥିରେ ୨୯୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହି ବିସ୍ଫୋଟରେ ଭାରତର ୫ ଜଣ ନାଗରିକଙ୍କ ମୃତ୍ୟୁ ହୋଇଯାଇଛି ।

ଏହି ଘଟଣାରେ ଶ୍ରୀଲଙ୍କାରେ କର୍ଫୁ ଜାରି ହୋଇଥିବା ବେଳେ ସୋସିଆଲ୍ ମିଡିଆରେ ମଧ୍ୟ ପ୍ରତିବନ୍ଧ ଲଗାଇ ଦିଆଯାଇଛି । ଯାହାଦ୍ୱାରା ଗୁଜବ ଖବର ଉପରେ ରୋକ ଲଗାଯାଇପାରିବ । ଅନ୍ୟପକ୍ଷରେ ସୋମବାର ସକାଳୁ କୋଲମ୍ବୋର ଏୟାରପୋର୍ଟରେ ବମ୍ ଦେଖିବାକୁ ମିଳିଥିଲା ଯାହାକୁ ଏୟାରଫୋର୍ସ ଟିମ୍ ନିଷ୍କ୍ରିୟ କରିଛନ୍ତି । ତେବେ ପୋଲିସ୍ ଏନେଇ ୧୦ ଜଣ ସନ୍ଧିଗ୍ଧକୁ ଗିରଫ କରିଥିବା ନେଇ ଖବର ଶୁଣିବାକୁ ମିଳୁଛି ।