ଶ୍ରୀଲଙ୍କାରେ ଇଷ୍ଟର ବୋମା ବିସ୍ଫୋରଣ ଘଟଣା : ଇସ୍ତଫା ଦେଲେ ଶ୍ରୀଲଙ୍କା ଗୁଇନ୍ଦା ମୁଖ୍ୟ 

Advertisment
ଶ୍ରୀଲଙ୍କାରେ ଇଷ୍ଟର ବୋମା ବିସ୍ଫୋରଣ ଘଟଣା : ଇସ୍ତଫା ଦେଲେ ଶ୍ରୀଲଙ୍କା ଗୁଇନ୍ଦା ମୁଖ୍ୟ 

SOURCE : India Today

କନକ ବ୍ୟୁରୋ : ଏପ୍ରିଲ ମାସ ଇଷ୍ଟର ରବିବାର ଦିନ ବୋମା ବିସ୍ଫୋରଣ ଘଟି ୨୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ନିହତ ହେବା ଘଟଣା ପାଇଁ ଶ୍ରୀଲଙ୍କାର ଜାତୀୟ ଗୁଇନ୍ଦା ମୁଖ୍ୟ ଶିଶିର ମେଣ୍ଡିସ୍ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଗତ ସପ୍ତାହରେ ପାର୍ଲାମେଣ୍ଟ୍ ସିଲେକ୍ଟ କମିଟିରେ ହାଜର ହୋଇ ମେଣ୍ଡିସ୍ ଅଭିଯୋଗ କରିଥିଲେ ଯେ, ରାଷ୍ଟ୍ରପତି ମୈତ୍ରୀପାଲି ସିରିସେନା ନିୟମିତ ସମୀକ୍ଷା ବୈଠକ ଡକାଇବାରେ ବିଫଳ ହୋଇଛନ୍ତି।

publive-image

ଶୁକ୍ରବାର ଦିନ ଶିରିସେନା ଜରୁରୀକାଳୀନ କ୍ୟାବିନେଟ୍ ବୈଠକ ଡକାଇ କହିଲେ କି, ପୁଲିସ, ସେନା, ଗୁଇନ୍ଦା କର୍ମଚାରୀ ଏବଂ ମନ୍ତ୍ରୀମାନେ ପିଏସସି ନିକଟରେ ପ୍ରମାଣ ଦେବେ ନାହିଁ। ଗଣମାଧ୍ୟମ ଉପସ୍ଥିତିରେ କମିଟି ମେଣ୍ଡିସଙ୍କୁ ପଚରା ଉଚୁରା କରିଥିବା ଘଟଣା ଯୋଗୁଁ ଶ୍ରୀଲଙ୍କୀୟ ରାଷ୍ଟ୍ରପତି ଅସନ୍ତୋଷ ବ୍ୟକ୍ତି କରିଥିବା ଜଣାପଡ଼ିଛି। ପୂର୍ବରୁ ଖବର ମିଳିଥିଲା କି, କମିଟିରେ ସେ ଦେଇଥିବା ମନ୍ତବ୍ୟ ନିମନ୍ତେ ସିରିସେନା ତାଙ୍କୁ ବରଖାସ୍ତ କରିଛନ୍ତି। କିନ୍ତୁ, ମେଣ୍ଡିସ୍ ଇସ୍ତଫା ଦେଇଥିବା କଥା ଡିଫେନ୍ସ ଜେନେରାଲର ସେକ୍ରେଟାରି ଶାନ୍ତା କେଟ୍ଟେଗୋଡ଼ା ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe